ଘର ଭିତରୁ ମା-ଝିଅଙ୍କ ମୃତଦେହ ଉଦ୍ଧାର: ମୃତ୍ୟୁର କାରଣ ଅସ୍ପଷ୍ଟ, ପୁଲିସର ତଦନ୍ତ ଆରମ୍ଭ

କଟକ: କଟକ ସହରର ଜନଗହଳିପୂଣ୍ଁ ସେଲ୍ଟର ଛକ ଷ୍ଟେଟ୍‌ ବ୍ୟାଙ୍କ କଲୋନୀର ଏକ ଘର ଭିତରୁ ମା’ ଓ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘର ଭିତରେ ମା’ର ମୃତ ଦେହ ଝୁଲନ୍ତା ଅବସ୍ଥାରେ ରହିଥିବାବେଳେ ୭ ମାସର ଝିଅର କ୍ଷତାକ୍ତ ମୃତଦେହ ପଡ଼ି ରହିଥିବା ଦେଖିବାକୁ ମିଳିଥିବା ସୂଚନା ମିଳିଛି। ମା’ ଓ ଝିଅଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ବିଡ଼ାନାସୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି।

ବିଡ଼ାନାସୀ ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ କଟକ ସେଲଟର ଛକ ଷ୍ଟେଟବ୍ୟାଙ୍କ କଲୋନୀରେ ଘର ଭିତରୁ ମିଳିଛି ମା’ ଓ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଘର ଭିତରେ ମା’ର ମୃତଦେହ ଝୁଲନ୍ତା ଅବସ୍ଥାରେ ରହିଥିବାବେଳେ ୭ମାସ ଝିଅର ରକ୍ତାକ୍ତ ମୃତଦେହ ଘର ଭିତରେ ପଡ଼ି ରହିଥିବା ଦେଖିବାକୁ ମିଳିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

Comments are closed.