୧୪ ଦିନରେ ଟିକାଦାନ ଅଭିଯାନ : ଟିକାନେଲେଣି ୨୮ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟସେବା କର୍ମଚାରୀ

ନୂଆଦିଲ୍ଲୀ : କରୋନା ମହାମାରୀ ବିରୋଧରେ ଦେଶବ୍ୟାପୀ ଚାଲିଥିବା ଟିକାରଣ ଅଭିଯାନ ଶୁକ୍ରବାର ୧୪ ଦିନରେ ପହଞ୍ଚିଛି । ସାରା ଦେଶରେ ସୁରୁଖୁରୁରେ ଟିକାଦାନ ଜାରି ରହିଛି। ତେବେ ଗୁରୁବାର ସନ୍ଧ୍ୟା ୭ଟା ସୁଦ୍ଧା ଟିକାକରଣ କରାଯାଇଥିବା ମୋଟ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ସଂଖ୍ୟା ୨୮ ଲକ୍ଷ ଅତିକ୍ରମ କରିଛି।
ସ୍ବସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ଗତକାଲି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମୋଟ ୨୮,୪୭,୬୦୮ ହିତାଧିକାରୀଙ୍କୁ ୫୨,୬୬୭ ଅଧିବେଶନ ମାଧ୍ୟମରେ ଟିକା ଦିଆଯାଇଛି।
ତେବେ କେବଳ ଗୁରୁବାର ସନ୍ଧ୍ୟା ୭ ଟା ସୁଦ୍ଧା ୯,୯୯୪ ଅଧିବେଶନ ମାଧ୍ୟମରେ ୪,୯୧,୬୧୫ ହିତାଧିକାରୀଙ୍କୁ ଟୀକାକରଣ କରାଯାଇଥିବା ଜଣାପଡିଛି।

ଅନ୍ୟପକ୍ଷରେ ଗତକାଲି ଓଡ଼ିଶାରେ ୧୭ ହଜାର ୧୩୭ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ଟିକାଦାନ କରାଯାଇଥିବା ବେଳେ ରାଜ୍ୟରେ ଟିକା ନେଇଥିବା ହିତାଧିକାରୀଙ୍କ ସଂଖ୍ୟା ୧ ଲକ୍ଷ ୯୪ ହଜାର ୫୮ରେ ପହଞ୍ଚିଛି।

Comments are closed.