ମୁଗ ଡାଲି ଉପମା

ଆବଶ୍ୟକ ସାମଗ୍ରୀ :

ମୁଗ ଡାଲି – ୨ କପ୍

ଶୁଖିଲା ଲଙ୍କା – ୨ଟି

କଟା ଅଦା – ଛୋଟ ଖଣ୍ଡେ

କଞ୍ଚା ଲଙ୍କା – ୨ଟି

ତେଲ – ୨ ଚାମଚ

ସୋରିଷ – ୧ ଚାମଚ

ହେଙ୍ଗୁ – ୧ ଚାମଚ

ଚିନି ଓ ଲୁଣ – ଆବଶ୍ୟକ ଅନୁଯାୟୀ

ପ୍ରସ୍ତୁତ ପ୍ରଣାଳୀ :

ପ୍ରଥମେ କଡେଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେଲା ପରେ ସେଥିରେ ସୋରିଷ, ଶୁଖିଲା ଲଙ୍କା, ଅଦା ଓ କଞ୍ଚା ଲଙ୍କା ପକାଇ କିଛି ସମୟ ଭାଜନ୍ତୁ। ତାପରେ ସେଥିରେ ଭୃସଙ୍ଗ ପତ୍ର ଓ ହେଙ୍ଗୁ ପକାନ୍ତୁ। କିଛି ସମୟ ପରେ ସେଥିରେ ଆବଶ୍ୟକ ଅନୁଯାୟୀ ପାଣି, ଚିନି, ଲୁଣ ଓ ମୁଗ ଡାଲି ପକାଇ ସିଝାନ୍ତୁ। ୧୫ରୁ ୨୦ମିନିଟ ପରେ ଗ୍ୟାସ ବନ୍ଦ କରି ମୁଗ ଉପମା କାଢି ଦିଅନ୍ତୁ। ତା ଉପରେ ପ୍ରସ୍ତୁତ ଉପମାରେ ନଡିଆ କୋରା ପକାଇ ଲେମ୍ବୁ ଚିପୁଡି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ମୁଗ ଡାଲି ଉପମା। ଏହାକୁ ଆପଣ ସକାଳେ ଖାଇପାରିବେ।

Comments are closed.