ମୁଡି ସନ୍‌ରାଇଜର୍ସର କ୍ରିକେଟ୍‌ ନିର୍ଦେଶକ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ପୂର୍ବତନ ଅଲ୍‌ରାଉଣ୍ଡର ଟମ୍ ମୁଡି ଆଇପିଏଲ୍‌ ଦଳ ସନ୍‌ରାଇଜର୍ସ ହାଇଦରାବାଦର କ୍ରିକେଟ ନିର୍ଦେଶକ ନିଯୁକ୍ତ ହୋଇଛନ୍ତି। ୫୫ ବର୍ଷ ବୟସ୍କ ମୁଡି ୨୦୧୩ରୁ ୨୦୧୯ ପର୍ଯ୍ୟନ୍ତ ୭ ବର୍ଷ ଧରି ସନ୍‌ରାଇଜର୍ସର ମୁଖ୍ୟ ପ୍ରଶିକ୍ଷକ ଥିଲେ। ଏହି ୭ ବର୍ଷରେ ସନ୍‌ରାଇଜର୍ସ ୫ ଥର ଆଇପିଏଲ୍‌ର ପ୍ଲେଅଫ୍ ଖେଳିଥିଲା। ୨୦୧୬ରେ ମୁଡିଙ୍କ ସମୟରେ ସନ୍‌ରାଇଜର୍ସ ଆଇପିଏଲ୍‌ ଚମ୍ପିଆନ୍ ହୋଇଥିଲା। ୨୦୨୦ରେ ବିଶ୍ବକପ୍‌ ବିଜେତା ଇଂଲଣ୍ଡ ଦଳର ପ୍ରଶିକ୍ଷକ ଟ୍ରେଭର ବେୟଲିସ୍ ସନ୍‌ରାଇଜର୍ସର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ପାଇଥିଲେ। ଚଳିତବର୍ଷ ସନ୍‌ରାଇଜର୍ସ କ୍ବାଲିଫାୟର-୨ରେ ଦିଲ୍ଲୀ କ୍ୟାପିଟାଲ୍‌ସଠାରୁ ପରାସ୍ତ ହୋଇଥିଲା।

Comments are closed.