ମହିଳାଙ୍କ ସହ ମିଶି ପରିବା କାଟିଲା ମାଙ୍କଡ

ବହୁ ସମୟରେ ଜୀବଜନ୍ତୁଙ୍କ କାର୍ଯ୍ୟକଳାପ ସଭିଁଙ୍କୁ ଖୁବ ଆନନ୍ଦ ସହ ଆଶ୍ଚର୍ଯ୍ୟ କରିଥାଏ। ଅନେକ ସମୟରେ ମାଙ୍କଡକୁ ମଣିଷ ଭଳି କାର୍ଯ୍ୟ କରୁଥିବାର ନିଶ୍ଚୟ ଦେଖିଥିବେ। ଏଭଳି ହିଁ ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି। ଏକ ମାଙ୍କଡ ଜଣେ ମହିଳାଙ୍କୁ ପରିବା କାଟିବାରେ ସାହାଯ୍ୟ କରୁଛି। ସୋସିଆଲ ମିଡିଆରେ ଭିଡିଓଟି ଏବେ ଖୁବ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି, ମାଙ୍କଡଟି ପରିବା କାଟିବାରେ ମହିଳାଙ୍କୁ ସାହାଯ୍ୟ କରୁଛି। ମାଙ୍କଡଟି ଖୁବ ମଜାରେ ଏହି କାମ କରୁଥିବା ଦେଖାଯାଉଛି। ମହିଳା ଜଣଙ୍କ ଯେପରି ପରିବା କାଟି ନିକଟରେ ଥିବା ପାତ୍ରରେ ରଖୁଛନ୍ତି, ମାଙ୍କଡ଼ ମଧ୍ୟ ଶୀଘ୍ର ଶୀଘ୍ର ପରିବା କାଟି ସେହି ପାତ୍ରରେ ରଖୁଛି। ଭିଡିଓଟି ଦେଖି ଆପଣ ଜାଣି ପାରିବେ, ମାଙ୍କଡ଼ଟି ଖୁବ ଆଗ୍ରହର ସହ ପରିବା କାଟୁଛି। ପରିଶ୍ରମର ସହ ନିଜ କାମକୁ କରି ଚାଲିଛି।
ଭିଡିଓଟିକୁ ଏଯାଏଁ ପ୍ରାୟ ୧୦ ହଜାରରୁ ଅଧିକ ଥର ଦେଖାଯାଇ ସାରିଛି। ଲୋକେ ଭିଡିଓଟିକୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି। ମଜାଳିଆ କମେଣ୍ଟ ମଧ୍ୟ ଦେଉଛନ୍ତି।