ଦୋକାନରେ ବସି ପରିବା ଖାଉଛି ମାଙ୍କଡ

ସିବନୀ : ମଧ୍ୟପ୍ରଦେଶର ସିବନୀରୁ ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି,ରାସ୍ତାକଡରେ ଥିବା ଏକ ପରିବା ଦୋକାନରେ ମାଙ୍କଡ ବସିଛି। ପରିବା ଦୋକାନଟି ଯେପରି ମାଙ୍କଡର । ମାଙ୍କଡର କାର୍ଯ୍ୟକଳାପ ଦେଖି ସଭିଏଁ ଆଶ୍ଚର୍ଯ୍ୟ ଚକିତ ହେଉଛନ୍ତି। ଘଟଣାସ୍ଥଳରେ ଥିବା କେହି ଜଣେ ବ୍ୟକ୍ତି ଏହି ଭିଡିଓ କରିଥିଲେ।
ଦୋକାନରେ ମାଙ୍କଡଟି ଆରମରେ ବସି ଗୋଟିଏ ପରେ ଗୋଟିଏ ପରିବା ଉଠାଇ ଖାଇବାରେ ବ୍ୟସ୍ତ ରହିଛି। କିଛି ବ୍ୟକ୍ତି କହିଛନ୍ତି, ଏହି ସ୍ଥାନରେ ଅଧିକ ସଂଖ୍ୟାରେ ମାଙ୍କଡ ଅଛନ୍ତି। ଏହି କାରଣରୁ ମାଙ୍କଡ ଅନେକ ହରକତ ଏଠାରେ ଦେଖିବାକୁ ମିଳିଥାଏ। ଉକ୍ତ ପରିବା ଦୋକାନୀ ଜଣକ କିଛି ସମୟ ପାଇଁ ନିଜ ସ୍ଥାନରୁ ଉଠିବା ପରେ ଏହାର ସୁଯୋଗ ନେଇ ମାଙ୍କଡ ସେଠାରେ ବସି ନିଜ କାମ ଆରମ୍ଭ କରିଥିଲା। ଭିଡିଓଟି ୧୭ ଜାନୁୟାରୀର ବୋଲି କୁହାଯାଉଛି। ଭିଡିଓଟି ଖୁବ ସେୟାର ମଧ୍ୟ କରାଯାଉଛି। ଏହାସହ ଲୋକେ ଅନେକ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ସେଠାରେ ଥିବା କିଛି ସ୍ଥାନୀୟ ଦୋକାନୀ କହିଛନ୍ତି, ମାଙ୍କଡଙ୍କ କାରଣରୁ ସମସ୍ତେ ଖୁବ ହଇରାଣ ହେଉଛନ୍ତି। ବନ ବିଭାଗକୁ ଏନେଇ ଅଭିଯୋଗ ମଧ୍ୟ କରିଛନ୍ତି। ଫଳ ଓ ପନିପରିବାକୁ ଏଠାରେ ମାଙ୍କଡ ଠାରୁ ବହୁ ଉପାୟରେ ସୁରକ୍ଷିତ ରଖାଯାଉଛି। ମାତ୍ର ଅଧିକାଂଶ ସମୟରେ ମାଙ୍କଡ ମାନେ ଫଳ ଓ ପନିପରିବା ନେଇ ପଳାଇ ଥାଆନ୍ତି। ଗ୍ରାହକମାନେ ମଧ୍ୟ ଏଥିପାଇଁ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି।

Comments are closed.