ସୋମବାର ରାଶିଫଳ (୨୪। ୮। ୨୦୨୦)

ମେଷ: କାର୍ଯ୍ୟରେ ଅଗ୍ରଗତି ଘଟିବ। ଅଧିକ ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ। ବ୍ୟବସାୟ ଲାଭଜନକ ହେବ। ସମାଜସେବା ପ୍ରତି ମନ ବଳାଇ ପାରିନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀ ଆପଣଙ୍କୁ ପତ୍ତନରୁ ରକ୍ଷା କରିବେ।

ବୃଷ: ଭାଇମାନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ; କେବଳ ଚକ୍ଷୁରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆସ୍ଥାଭାଜନ ହେବେ।

ମିଥୁନ: ଗମନାଗମନରେ ସତର୍କତା ଆବଶ୍ୟକ। କର୍ମଚଞ୍ଚଳ ରହି​‌େ​‌ବ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ରୁଚି ରହିବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।

କର୍କଟ: ମିଳିଥିବା ସୁଯୋଗକୁ କାର୍ଯ୍ୟକାରୀ କରିବେ। ଉଦାର ସ୍ବଭାବର ହେବେ। ବାନଶୀଳ ହୋଇପାରନ୍ତି। ବ୍ୟକ୍ତିବିଶେ​‌ଷ ଭାବେ ନିଜର ପରିଚୟ ସୃଷ୍ଟି କରିବେ। କୃଷି କର୍ମକାରୀ ହେବେ। ପ୍ରେମୀ ଓ ବୁଦ୍ଧିମାନ୍‌ ହୋଇପାରନ୍ତି।

ସିଂହ: ବିଭିନ୍ନ ସ୍ତରରେ ସମ୍ମାନିତ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଧର୍ମ ଭାବାପନ୍ନ ହେବେ। ମଧୁର ଭାଷୀ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନ ଭାଇମାନଙ୍କଠାରୁ ଆଦର-ସମ୍ମାନ ମିଳିବ। ବିବାଦରେ ବିଜୟୀ ହେବେ।

କନ୍ୟା: ଜନସାଧାରଣଙ୍କ କଲ୍ୟାଣଭାଜନ ହୋଇପାରନ୍ତି। କାର୍ଯ୍ୟ ହାସଲ କରିବାକୁ ହେଲେ ଅପେକ୍ଷାରତ ହେବେ। ଭାଗ୍ୟଶାଳୀ ହେବେ। ମଧୁରଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ଦାମ୍ପତ୍ୟ ସୁଖ ଓ ମିତ୍ର ସୁଖ ମିଳିବ।

ତୁଳା: ଉପାର୍ଜନ ଆଶାନୁରୂପ ହେବ। ନିର୍ଭରଶୀଳ ନହୋଇ ସ୍ବାଧୀନଚେତା ଭାବେ କାର୍ଯ୍ୟ ସମ୍ପାଦନ କରିବେ। ଐଶ୍ବର୍ଯ୍ୟଯୁକ୍ତ ହୋଇପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ସୁସ୍ଥ ରହିବେ।

ବିଛା: ଆଜି ଦିନର କାର୍ଯ୍ୟ ମଙ୍ଗଳମୟ ହେବ। ଚଞ୍ଚଳ ସ୍ବଭାବର ହେବେ। ଚକ୍ଷୁରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ମଧୁର ଭାଷା ବ୍ୟବହାର କରି ପରକୁ ଆପଣାର କରିବାରେ ସିଦ୍ଧହସ୍ତ ହେବେ। ଖର୍ଚ୍ଚାନ୍ତ ହେବେ।

ଧନୁ: କର୍ମକ୍ଷେତ୍ରରେ ଆଗୁସାର ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଧନଲାଭ ହେବ।

ମକର: ଯୋଗାଯୋଗରେ ସଫଳ ହେବେ। ପ୍ରଶଂସିତ ହୋଇପାରନ୍ତି। କୁଳଦୀପକ ହେବେ। ମନପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ।

କୁମ୍ଭ: ଜଟିଳ କାର୍ଯ୍ୟର ସମ୍ପାଦନ ଓ ସମାଧାନ କରିବାରେ ସଫଳ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ସୁଖ-ସମୃଦ୍ଧି ପୂର୍ଣ୍ଣ ଜୀବନଯାପନ କରିବେ। ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି। ଉଦ୍ୟୋଗୀ ହେବେ।

ମୀନ: ଯୋଗାଯୋଗରେ ସଫଳତା ମିଳିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ବାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ, ଲାଭଜନକ ହେବ। ଶୁଭକାର୍ଯ୍ୟକୁ ସ୍ଥଗିତ ରଖିବେ। ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।

Comments are closed.