ସୋମବାର ରାଶିଫଳ(୨୮/୧୨/୨୦୨୦)

ମେଷ: ବାରମ୍ବାର ଚେଷ୍ଟାରେ କାର୍ଯ୍ୟ ହାସଲ ହୋଇପାରେ। ଆୟ ଊଣା ହେବ ନାହିଁ। କର୍ମରେ ଅଗ୍ରଗତି ଘଟିବ। ସର୍ବସୌଖ୍ୟ ଲାଭ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ପତ୍ନୀଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ୍‌ ହେବାକୁ ପଡ଼ିବ।
ବୃଷ: କାର୍ଯ୍ୟରେ ଆତୁର ଲକ୍ଷଣ ଦେଖା ଦେବ। ସାଧନା ଫଳବତୀ ହେବ। କାର୍ଯ୍ୟ ହାସଲ କରିବାରେ ପାରଙ୍ଗମ ହେବେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ସ୍ବାସ୍ଥ୍ୟ ଅତୁଟ ରହିବ।
ମିଥୁନ: କିଛି ସମସ୍ୟା ନେଇ ବିବ୍ରତ ହୋଇପାରନ୍ତି। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଆଉ କେତେକ ଘଟଣାରେ ହଇରାଣ ହରକତ ହୋଇପାରନ୍ତି। ସୁଶୀଳ ଓ ଧର୍ମପରାୟଣ ହେବେ। ସଙ୍ଗୀତପ୍ରିୟ ହୋଇପାରନ୍ତି। ସାଧୁସେବାରେ ବ୍ରତୀ ହେବେ।
କର୍କଟ: ଶୁଭ ଯୋଗ ଅଛି। କାର୍ଯ୍ୟରେ ସଫଳତା ଲାଭ କରିବେ। ଧର୍ମ କର୍ମ ସଂପାଦନ କରିପାରନ୍ତି। କର୍ମକ୍ଷେତ୍ର ଉଳମୟ ହେବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ନାନାବିଧ ସମ୍ମାନର ଅଧିକାରୀ ହେବେ। ସରକାରୀ ଧନ ମିଳିବ। ମନପ୍ରସନ୍ନ ରହିବ।
ସିଂହ: ସରକାରୀ କୃପା ଲାଭ କରି ଆତ୍ମ ସନ୍ତୋଷ ଲାଭ କରିବେ। ସମ୍ମାନିତ ହେବେ। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ସରକାରୀ ଧନ ମିଳିପାରେ। ଗୃହ ପରିବେଶ ସ୍ବାସ୍ଥ୍ୟ ଉପଯୋଗୀ ହେବ। ଉତ୍ତମ ଗୁଣ ସମ୍ପନ୍ନ ହେବେ।
କନ୍ୟା: କାର୍ଯ୍ୟରେ ସଫଳତା ଲାଭ କରିବେ। ପଡ଼ୋଶୀଙ୍କ ସହିତ ସଦ୍ଭାବନାରେ ଚଳିବେ। କର୍ମକ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବେ। ବିଭିନ୍ନ ସୂତ୍ରରୁ ଧନାଗମ ହେବ। ମହିଳା ଗୋଷ୍ଠୀର ସହାୟକ ହୋଇପାରନ୍ତି। ସୁଖ ସମୃଦ୍ଧି ସମ୍ପନ୍ନ ହେବେ।
ତୁଳା: ମୌନ ବ୍ରତ ଗ୍ରହଣ ଶୁଭଦାୟକ ହେବ। ନିଜସ୍ବ ଅର୍ଜନରେ ବାଧାପ୍ରାପ୍ତ ହୋଇପାରନ୍ତି। ପରଧନରେ ଧନୀ ହୋଇପାରନ୍ତି। ଯୁବତୀ ମନୋରଞ୍ଜନକାରୀ ହୋଇପାରନ୍ତି। ଯୁବକ ହେ​‌େ​‌ଲ ବି କ୍ଷୀଣ ଶରୀରଯୁକ୍ତ ହେବେ। ଅଷ୍ଟମ ଚନ୍ଦ୍ର ହେତୁ ସତର୍କ ହେବେ।
ବିଛା: କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ବାଣିଜ୍ୟ କାରବାରରେ ସୀମିତ ଲାଭ ମିଳିବ। ବନ୍ଧୁ ସହାୟତା ମିଳିବ। କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ପାରିବାରିକ ସୁଖ ମିଳିବ। ଦୂରଦର୍ଶୀ ହେବେ। ନିଜସ୍ବ ରୋଜଗାରରେ ଚଳିବେ। ସନ୍‌ମାର୍ଗୀ ହେବେ।
ଧନୁ: କାର୍ଯ୍ୟକୁ କରାୟତ୍ତ କରିବାରେ ସଫଳ ହେବେ। ଉଦାର ସ୍ବଭାବର ହୋଇପାରନ୍ତି। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ। ଆର୍ଥିକ ସ୍ଥିତିରେ ଢ଼େର ଉନ୍ନତି ଘଟିବ।
ମକର: ସକଳ କାର୍ଯ୍ୟର ମୂଳାଧାର ହୋଇପାରନ୍ତି। ଶୁଭ ସମ୍ବାଦ ପାଇ ପ୍ରଫୁଲ୍ଲିତ ହେବେ। ଦୃଢ଼ ମନୋବଳ ନେଇ କାର୍ଯ୍ୟ କରି ଚାଲିବେ। ଯାତ୍ରା ଶୁଭଦାୟକ ହେବ। ଉଦ୍ୟମରେ ସଫଳତା ଲାଭ କରିପାରନ୍ତି। ଈଶ୍ବର ବିଶ୍ବାସୀ ହେବେ।
କୁମ୍ଭ: ପ୍ରଭୁଙ୍କ ଧ୍ୟାନରତ ହୋଇପାରନ୍ତି। ଯାନବାହନ ସୁଖ ମିଳିପାରେ। କୃଷିକର୍ମକାରୀ ହୋଇପାରନ୍ତି। ନୃତ୍ୟ ସଙ୍ଗୀତପ୍ରିୟ ହେବେ। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି। ଯଶସ୍ବୀ ହେବେ। ସରକାରୀ ଧନ ମିଳିବ।
ମୀନ: କଳହଠାରୁ ଦୂରରେ ରହି ଘଟିିଥିବା ଘଟଣାର ଅନୁଧ୍ୟାନ କରିପାରନ୍ତି। ମନୋବଳ ବୃଦ୍ଧି ପାଇବ। ଆମୋଦ ପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ସୁଖ ଭୋଗୀ ହେବେ।

Comments are closed.