ସୋମବାର ରାଶିଫଳ (୧୮। ୫। ୨୦୨୦)

ମେଷ: ଯାତ୍ରା ପାଇଁ ମାର୍ଗ ଉନ୍ମୁକ୍ତ ରହିଛି। ଧର୍ମ-କର୍ମ ସଂପାଦନ କରିପାରନ୍ତି। ପାରିବାରିକ ସୁଖ ମିଳିବ। ଖର୍ଚ୍ଚାନ୍ତ ହେବେ। ଗୃହ ପରିବେଶ ସୁଖଦାୟକ ହେବ। ଧନ ଓ ମିତ୍ରଯୁକ୍ତ ହୋଇପାରନ୍ତି।

ବୃଷ: ଲାଭବାନ୍‌ ହେବେ। ଶତ୍ରୁ ଦମନ କରିପାରନ୍ତି। ଚିନ୍ତାଧାରା ମହତ ହେବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହୋଇପାରେ। ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ସରକାରଙ୍କ କୃପାପାତ୍ର ହେବେ। ଅର୍ଥ ମିଳିପାରେ।

ମିଥୁନ: ସୁଖ-ଶାନ୍ତିରେ ଦିନଟି ଅତିବାହିତ କରିପାରନ୍ତି। ତେଜୀୟାନ୍‌ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ସରକାରୀ ଅର୍ଥ ମିଳିପାରେ। କୀର୍ତ୍ତିମାନ୍‌ ଓ ଗୁଣଜ୍ଞ ହେବେ।

କର୍କଟ: ସେବା-ପୂଜାରେ ନିମଗ୍ନ ହୋଇପାରନ୍ତି। ଶାସ୍ତ୍ର ପ୍ରତି ଅନୁରକ୍ତି ବୃଦ୍ଧି ହେବ। ଜଣେ ବିଜ୍ଞ ବ୍ୟକ୍ତିଭାବେ ସାମାଜିକ କ୍ଷେତ୍ରରେ ପରିଗଣିତ ହେବେ। ଶତ୍ରୁ ଦମନରେ ସିଦ୍ଧହସ୍ତ ହେବେ।

ସିଂହ: ବୁଝି-ବିଚାରି କାର୍ଯ୍ୟ କଲେ ପ୍ରମାଦହୀନ ହେବେ। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ପତ୍ନୀଙ୍କ ସ୍ବାସ୍ଥ୍ୟ ହାନି ପାଇଁ ଚିନ୍ତିତ ହେବେ। ଖଳଲୋକଙ୍କ ସାଙ୍ଗ ପରିତ୍ୟାଗ ନ କଲେ ଅସୁବିଧାରେ ପଡ଼ିବେ। ବିଦ୍ୟାବାନ୍‌ ହେବେ। ସତର୍କତାର ଦିନ।

କନ୍ୟା: ଆମୋଦ-ପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି। ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାଦେବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଦେବଦର୍ଶନର ସୁଯୋଗ ସୃଷ୍ଟି ହୋଇଛି। ଭାଗ୍ୟଶାଳୀ ହେବେ। ଅସାଧୁ ଓ ଦୁଷ୍ଟ ବ୍ୟକ୍ତିଙ୍କୁ କୌଶଳ ପ୍ରୟୋଗ କରି ଦମନ କରିବେ।

ତୁଳା: କାର୍ଯ୍ୟରେ ଅଗ୍ରଗତି ଘଟିବ। ସାମୟିକ ଭାବେ ଆତ୍ମଗୋପନ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଶତ୍ରୁ ବିନାଶ କରିବାରେ ପୁରାପୁରି ସକ୍ଷମ ହେବେ। ଦୟାଳୁ ସ୍ବଭାବର ହେବେ। ରାଜପୂଜା ପାଇପାରନ୍ତି।

ବିଛା: ଯୋଗାଯୋଗରେ ପରିବର୍ତ୍ତନ ଘଟିବ। ବିଳମ୍ବରେ କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ଧନ-ସମ୍ପତ୍ତି ଲାଭ ହୋଇପାରେ। ଚାକିରିକ୍ଷେତ୍ରରେ ସ୍ଥିିରତା ଦେଖାଦେବ। ଗରିମାଯୁକ୍ତ ଓ କୁଳପ୍ରଧାନ ହେବେ।

ଧନୁ: ଘାତଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ। କୃଷିକ୍ଷେତ୍ରରୁ ଲାଭ ଆସିପାରେ। ଯାନବାହନ ସୁଖ ମିଳିବ। ଗୃହ ପରିବେଶ ଉତ୍ତମମାନର ହେବ। ସାମାନ୍ୟ ଶୁଭଯୋଗ ଅଛି। କଥାବାର୍ତ୍ତାରେ ସଂଯମ ରକ୍ଷା କରିବାକୁ ପଡ଼ିବ।

ମକର: ଯାତ୍ରା ପଥ କୁସୁମିତ ହେବ। ମନୋବଳ ଦୃଢ଼ ରହିବ। ଆମୋଦ-ପ୍ରମୋଦ ଓ ବିଳାସ-ବ୍ୟସନ କରିପାରନ୍ତି। ବୁଦ୍ଧିଚାଳନା କରି କାର୍ଯ୍ୟ ହାସଲ କରିବେ ଓ ଅର୍ଥ ସଞ୍ଚୟ କରିପାରନ୍ତି। ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍‌ କରିପାରେ। ସହଯୋଗ ମିଳିବ।

କୁମ୍ଭ: ଅତ୍ୟଧିକ ପରିଶ୍ରମ ପାଇଁ କିଛି ସମୟ ବିଶ୍ରମ ନେବାକୁ ଇଚ୍ଛା ପ୍ରକାଶ କରିବେ। ପୌରୁଷପଣିଆ ଜାହିର କରିବାରେ ସକ୍ଷମ ହେବେ। ତ୍ୟାଗଶୀଳ ଓ ନୀତିଜ୍ଞ ହେବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। ଚଞ୍ଚଳମନା ହେବେ। କୀର୍ତ୍ତିମାନ୍‌ ହୋଇପାରନ୍ତି।

ମୀନ: ଯୋଗାଯୋଗ ଶୁଭଫଳଦାୟକ ହେବ। ସୁଖ-ସନ୍ତୋଷ ଲାଭ କରିପାରନ୍ତି। ଆୟ ବୃଦ୍ଧିର ସୂଚନା ମିଳୁଛି। ପାରିବାରିକ ସୁଖ ମିଳିବ। ଧନବାନ୍‌ ଓ ଗୁଣଯୁକ୍ତ ହେବେ। ଉପାର୍ଜନକାରୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

Comments are closed.