ସୋମବାର ରାଶିଫଳ

ମେଷ: ଗୃହ କାର୍ଯ୍ୟରେ ନିୟୋଜିତ ହେବେ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ। ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତା ପାଇ ଲାଭବାନ୍‌ ହେବେ। ରୁଚିକର ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ବସ୍ଥ୍ୟ ଭଲ ରହିବ।
ବୃଷ: ଗଣ୍ଡଗୋଳିଆ ପରିସ୍ଥିତିରୁ ଲାଭ ଉଠାଇପାରନ୍ତି। ଭ୍ରମଣ ଯୋଗ ଅଛି। ବିବାଦୀୟ ପରିସ୍ଥିତି ଉପୁଜି ପାରେ। ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍‌ ରହିବା ଭଲ। ନିରବ ଦର୍ଶକ ହୋଇପାରନ୍ତି। ଖର୍ଚ୍ଚାନ୍ତ ଯୋଗ ଅଛି। ମିଷ୍ଟଭାଷୀ ହେବେ।
ମିଥୁନ: ଆଂଶିକ ସଫଳତା ମିଳିବ। ଶୁଭଖବର ପାଇ ଖୁସି ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। ସରକାରୀ ଅର୍ଥ ମିଳିବ।
କର୍କଟ: ଅର୍ଥ ସଂଗ୍ରହ କରିପାରନ୍ତି। ଭୋଜନ ରୁଚିକର ନହୋଇପାରେ। ଶୁଭଖବର ମିଳିବ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ଲାଭ କରିବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିଜୟୀ ହେବେ।
ସିଂହ: ପ୍ରିୟ ବ୍ୟକ୍ତିଙ୍କ ସହିତ ମତାନ୍ତର ଘଟିପାରେ। ବିଭିନ୍ନ ସ୍ତରରୁ ସହାୟତା ମିଳିବ। କାର୍ଯ୍ୟରେ ସଫଳତା ମିଳିବ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦୁପଯୋଗ କରିପାରନ୍ତି। ବିବାଦରେ ବିଜୟୀ ହେବେ। ଭକ୍ତିଗାଥା ଶୁଣି ପାରନ୍ତି।
କନ୍ୟା: ମନରେ ବ୍ୟାକୁଳତା ବୃଦ୍ଧି ହୋଇପାରେ। ନୈରାଶ୍ୟ ଭାବ ଜାତ ହେବା ବେଳକୁ, ଆକସ୍ମିକ ଧନଲାଭ ହେବାର ସୂଚନା ମିଳୁଛି। ବ୍ୟବସାୟ ବିଶେଷ ଲାଭଯୁକ୍ତ ହେବ। ଚଞ୍ଚଳ ଚେଷ୍ଟିତ ହେବେ। ସାହସୀ ହେବେ। ଜ୍ଞାନ-ଗରିମା ବୃଦ୍ଧି ହେବ।
ତୁଳା: ସାମାନ୍ୟ କଥାକୁ ନେଇ ଚିଡ଼ିଚିଡ଼ା ଭାବ ପ୍ରକାଶ କରିପାରନ୍ତି। ଅନାଦର ହୋଇପାରନ୍ତି। ଦିନ ୧୦ଟା ପରେ ସୁଖକର ଘଟଣାମାନ ଘଟିବ। କର୍ମରେ ସଫଳତା ମିଳିବ। ଶୁଭକାର୍ଯ୍ୟ କରଣୀୟ। ସୁଖାଦ୍ୟ ପାଇ ଆନନ୍ଦ ଉପଭୋଗ କରିବେ।
ବିଛା: ଧୈର୍ଯ୍ୟବାନ୍‌ ହୋଇପାରନ୍ତି। ପରୋପକାରୀ ହେବେ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଆନନ୍ଦ ଅନୁଭବ କରିବେ। ଦିନସାରା କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ କରିପାରନ୍ତି। ଋଣ ପରିଶୋଧ କରିବେ।
ଧନୁ: ନିଜ ଇଚ୍ଛା ଅନୁସାରେ ଫଳପ୍ରାପ୍ତ ହେବେ। ଆଳସ୍ୟ ଅନୁଭବ କରିପାରନ୍ତି। ପଢ଼ାପଢ଼ିରେ ମନୋନିବେଶ କରିବେ। ଯେକୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସମ୍ବାଦ ପାଇ ଉତ୍‌ଫୁଲ୍ଲିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ମକର: କାର୍ଯ୍ୟକ୍ଷେତ୍ର ସହଜ-ସୁଲଭ ହୋଇପାରେ। ଆଶାବାଦୀ ହୋଇପାରନ୍ତି। କେତେକ କାର୍ଯ୍ୟରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମ ଅଧିକ ହେଲେ ବି ତା’ର ମୂଲ୍ୟ ମିଳିବ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ନୂଆବନ୍ଧୁ ଜୁଟିବେ।
କୁମ୍ଭ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦେବ ଦର୍ଶନର ସୌଭାଗ୍ୟ ଉଦୟ ହୋଇଛି। ଅଶାନ୍ତିର ଉପଶମ ହେବ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି।
ମୀନ: ଯାତ୍ରାଦିରୁ ଆନନ୍ଦ ମିଳିବ। ଲୋକପ୍ରିୟତା ବୃଦ୍ଧି ହେବ। ଚଞ୍ଚଳ ଚେଷ୍ଟିତ ହେବେ। କରିତ୍‌କର୍ମା ହେବେ। ବ୍ୟବସାୟ ଲାଭଜନକ ହେବ। ବିବାଦରେ ବିଜୟୀ ହେବେ। ଜନବଲ୍ଲଭ ହୋଇପାରନ୍ତି। ଭକ୍ତିମାର୍ଗରେ ମନ ବଳିବ। ଗୁଣବାନ୍‌ ହୋଇପାରନ୍ତି।

Comments are closed.