ଦିନଦ୍ବିପହରରେ ଲୁଟେରା ଝାମ୍ପି ନେଲା ମୋବାଇଲ, ସ୍କୁଟିରେ ଯାଉଥିବା ଯୁବତୀ ଆହତ

ଭୁବନେଶ୍ଵର : ରସୁଲଗଡ଼ କେନାଲ ରାସ୍ତାରେ ଗୁରୁବାର ଦିନଦ୍ବିପହରରେ ଲୁଟେରା, ସ୍କୁଟିରେ ଯାଉଥିବା ଯୁବତୀଙ୍କ ଠାରୁ ମୋବାଇଲ ଓ ସୁନା ଚେନ୍ ଲୁଟି ନେଇଛି। ସ୍କୁଟିରେ ଯାଉଥିବା ଯୁବତୀ ତଳେ ପଡି ଆହତ ହୋଇଥିଲେ। ପୁଲିସ ପିସିଆର ଭ୍ୟାନ ଆହତ ଯୁବତୀଙ୍କୁ ହସ୍ପିଟାଲ ନେଇଥିଲା। ଯୁବତୀ ଜଣଙ୍କ ଏକୁଟିଆ ସ୍କୁଟିରେ ଫେରୁଥିବା ବେଳେ ଦୁର୍ବୃତ୍ତ ମାନେ କଳା ପଲସରେ ତାଙ୍କୁ ଟାର୍ଗେଟ କରିଥିଲେ। ପରେ ସୁଯୋଗ ଦେଖି ସେ ଦ୍ରୁତ ଗତିରେ ଆସି ତାଙ୍କଠାରୁ ମୋବାଇଲ ଓ ସୁନା ଚେନ୍ ଝାମ୍ପି ନେଇଥିଲେ। ଏନେଇ ଯୁବତୀ ଜଣକ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଛନ୍ତି ।

ଏହି ଘଟଣାକୁ ନେଇ ସ୍ଥାନୀୟ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

 

Comments are closed.