ବାଇକ-ପିକଅପ୍‍ ମୁହାଁମୁହିଁ ଧକ୍କା : ୩ ମୃତ

ମୋହନା : ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ରାଇସିଂ ଘାଟି ଗଡାଣି ତଳେ ଜାତୀୟ ରାଜପଥ ୩୨୬ ମୁଖ୍ୟ ସଡକରେ ମ୍ୟାକ୍ସ ପିକଅପ୍‍ (ଓଡି ୦୭ ଆର ୦୦୮୭) ରାୟଗଡା ପଟୁ ବ୍ରହ୍ମପୁର ଯାଉଥିବା ସମୟରେ ଅପର ପାର୍ଶ୍ବ ମୋହନା ପଟୁ ରାମନାଜୁ ଯାଉଥିବା ହିରୋ ଗ୍ଳାମୋର ବାଇକ ନଂ (ଓଡି ୦୭ ଇ ୭୩୩୮) ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ କର୍ଚ୍ଚବାଡି ପଞ୍ଚାୟତ ରାମାନାଜୁ ଗ୍ରାମର ସୁଧିର ମଲ୍ଲିକ, ମେଲ ମଲ୍ଲିକ ଅନ୍ୟ ଜଣେ ହୁଏରି ଗ୍ରାମର ରାମଚନ୍ଦ୍ର ମଳିକଙ୍କ ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରୁ ପିକଅପ୍‍ ଗାଡିର ଡ୍ରାଇଭର ଗାଡିକୁ ଛାଡି ଫେରାର ହୋଇଯାଇଥିଲେ। ୩ ଜଣ ବ୍ୟକ୍ତିଙ୍କ ମୁଣ୍ଡ, ହାତ, କାନ ଓ ହାଇଡ୍ରୋସ୍‍ରେ ଗଭିର ଆଘାତ ଲାଗିଥିବା ଯୋଗୁଁ ଉକ୍ତ ସ୍ଥାନରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କୁ ମୋହନା ପୁଲିସ ୧୦୮ ଯୋଗେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ମୃତ୍ୟୁ ଖବର ଶୁଣି ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଥିଲେ କିନ୍ତୁ ମୃତ୍ୟୁ ବରଣ କରିଥିବା ୩ ଜଣଙ୍କ ଶବକୁ ସ୍ଥାସ୍ଥ୍ୟ କେନ୍ଦ୍ରକୁ ଅଣାଯିବା ଏବଂ ପରିବାର ବର୍ଗକୁ ଖବର ନଦେବା ପ୍ରତିବାଦରେ ପରିବାର ଲୋକେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ସଡକ ଛକ ଓ ଘଟଣାସ୍ଥଳରେ ଗଛ ଓ ପଥର ପକାଇ ୨ ଘଣ୍ଟା ପର୍ଯ୍ୟନ୍ତ କ୍ଷତି ପୂରଣ ଦାବିରେ ରାସ୍ତା ରୋକ କରିଥିଲେ। ଖବର ପାଇ ମୋହନା ପୁଲିସ, ରା.ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି ଓ ବିଡିଓ ବଂଶିଧର ଖୋସଲା ଉତେଜିତ ଲୋକଙ୍କୁ ବୁଝାସସୁଝା କରିବା ସହ ପ୍ରଶାସନର ନିୟମ ମୁତାବକ କ୍ଷତି ପୁରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ରାଜରାସ୍ତାରୁ ଅବରୋଧ ହଟିଥିଲା।

 

Comments are closed.