ଟ୍ରାକ୍ଟର ଓଲଟି ଜଣେ ମୃତ, ଜଣେ ଗୁରୁତର

ମୋହନା: ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ କଟାମା ଗ୍ରାମରୁ ବାଲିଗଣ୍ଡା ଗ୍ରାମକୁ ଗଦାପୁର ଗ୍ରାମର ଟ୍ରାକ୍ଟର ଚାଳକ ଲକି ରଞ୍ଜିତ(୧୯) ବାଲି ଆଣିବା ପାଇଁ ଏକ ଟ୍ରାକ୍ଟର ନଂ- ଓଡିଠ୭ ଜେଡ୍‌୮୩୬୮କୁ ନେଇ ଯାଉଥିବା ବେଳେ ବାଲିଗଣ୍ଡା ବୁଲାଣି ରାସ୍ତାରେ ଚାଲି ଚାଲି ଯାଉଥିବା ନ୍ୟାୟ ମନ୍ତ୍ରୀ(୨୨) କୁ ପଛ ପଟୁ ଧକ୍କା ଦେଇ ଭାରସାମ୍ୟ ହରାଇ ବାମପାର୍ଶ୍ଵକୁ ଓଲଟି ପଡିଥିଲା। ଘଟଣାସ୍ଥଳରେ ପଥିକ ନ୍ୟାୟ ମନ୍ତ୍ରୀର ମୃତ୍ୟୁ ଘଟିଥିଲା। ଚାଲକ ଗୁରୁତର ଆହତ ହୋଇ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ହେବା ପରେ ତାଙ୍କୁ ବ୍ରହ୍ମପୁର ମେତିକାଲ ପଠାଯାଇଥିବା ଡ଼ା. ଅମୃତରାଜ ଯେନା ସୂଚନା ଦେଇଛନ୍ତି।

Comments are closed.