ମୋହନା ସହର ସାନିଟାଇଜ କଲା ଅଗ୍ନିଶ୍ୱମ ବିଭାଗ

ମୋହନା:  ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଦେଶ କ୍ରମେ ତଥା ଅତିରିକ୍ତ ତହସିଲଦାର ଆଶିଷ କୁମାର ପ୍ରଧାନଙ୍କ ତତ୍ତ୍ଵାବଧାନରେ ମୋହନା ଅଗ୍ନିଶ୍ୱମ ବିଭାଗ ଅଧିକାରୀ ଚନ୍ଦ୍ରଶେଖର ସାହୁ ଓ କର୍ମଚାରୀ ମିଳିତ ଭାବେ ମୋହନାର କିଛି ସାହିରେ ଆକ୍ରାନ୍ତ ହୋଇଥିବା ପରିବାର ଗୁଡ଼ିକର ଗୃହ ଓ ମନ୍ଦିରକୁ ସାନିଟାଇଜର କରିଛନ୍ତି।ମାଣିକେଶ୍ୱରୀ ମନ୍ଦିର ସାହି,ବାରିସାହି,ରଙ୍ଗମାଟିଆ ସାହି ,ଷ୍ଟେଟବ୍ୟାଙ୍କଛକ, ଜଗନ୍ନାଥ ମନ୍ଦିରକୁ ସାନିଟାଇଜର କରାଯାଇଛି ।ଏହା ସହ ସ୍ୱାସ୍ତ୍ୟ କର୍ମୀ ଓ ଡାକ୍ତର ଘର ଘର ବୁଲି ଔଷଧ ବାଣ୍ଟିବା ସହ ପରିବାରର ସମସ୍ତେ ମାକ୍ସ ବ୍ୟବହାର କରିବା ସହ ଗରମ ପାଣି ପିଇବା ପାଇଁ ପରାମର୍ଶ ଦେଇଛନ୍ତି।

Comments are closed.