୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୪ ଗିରଫ

ମୋହନା: ଗଜପତି ଜିଲା ମୋହନା ଥାନା ପୁଲିସ  ଶୁକୁଳିପଦର-ପଥରଗଡ଼ ରାସ୍ତାରେ ଚଢାଉ କରି ଏକ ଟ୍ରକରୁ ୫ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଏହି ଚାଲାଣରେ ସମ୍ପୃକ୍ତ ଥିବା ୪ ଜଣ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି।  ଗିରଫ ୪ ଅଭିଯୁକ୍ତମାନେ ହେଲେ ସିରୁଦିନ ଖାଁ, ନୂର ଇସଲାମ, ଗୁଲଶନ୍ ମଲ୍ଲିକ ଓ ବିଜୟ ସିଂହ। ଏମାନେ ସମସ୍ତେ ଉତ୍ତର ପ୍ରଦେଶର ଆଗ୍ରା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଆର.ଉଦୟଗିରି ଅଞ୍ଚଳରୁ ଟ୍ରକ୍ ଯୋଗେ ଗଞ୍ଜେଇ ନେଇ ଆଗ୍ରା ଯାଉଥିବା ମୋହନା ପୁଲିସ ଖବର ପାଇଥିଲା। ଏହା ପରେ ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଶିକୁଳିପଦର-ପଥରଗଡ଼ ରାସ୍ତାରେ ଚଢ଼ାଉ କରି ଉକ୍ତ ଟ୍ରକକୁ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଟ୍ରକରୁ ୧୯ ବସ୍ତା ଗଞ୍ଜେଇ ମିଳିଥିଲା। ଯାହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

Comments are closed.