ଅସହାୟ ଅବିବାହିତା ବୁଦ୍ଧା ମହିଳାଙ୍କୁ ସରକାରୀ ସହାୟତା ନିମନ୍ତେ ଜିଲ୍ଲାପାଳଙ୍କୁ ପତ୍ର

ମୋହନା : ରାଜ୍ୟ ସରକାରଙ୍କ ପକ୍ଷରୁ ଜନ ହିତରେ ବିଭିନ୍ନ ଯୋଜନା କାର୍ୟ୍ୟକାରୀ ହେଉଛି। କିନ୍ତୁ ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ଗୁଡିକ ଜାଣତରେ ହେଉ କି ଅଜାଣତରେ ବାଟବଣା ହେଉଛି। ଯାହାଫଳରେ ହିତାଧିକାରୀମାନେ ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି। ସରକାରୀ ସହାୟତାରୁ ବଞ୍ଚିତ ହୋଇଥିବା ମୋହନା ଗ୍ରାମର ଅସହାୟ ଅବିବାହିତା ବୃଦ୍ଧା ମହିଳାମାନେ ବହୁ ଦୁଃଖ କଷ୍ଟରେ ଅସହାୟ ଅବସ୍ଥାରେ ଅନାଥ ଭଳି ଜୀବନ ଅତିବାହିତ କରୁଛନ୍ତି। ଏଣୁ ସେମାନଙ୍କୁ ସରକାରୀ ଜାଗା ସହିତ ପ୍ରଧାନମନ୍ତ୍ରୀ ଆବାସ , ୩୫ କିଲୋ ଚାଉଳ ଓ ରହିଯାଇଥିବା କିଛି ବୄଦ୍ଧା ମହିଳାଙ୍କୁ ଭତ୍ତା ପ୍ରଦାନ ସହିତ ଆତ୍ମ ନିର୍ଭରଶୀଳତା ପାଇଁ ଯେକୌଣସି କାମ ଯୋଗାଇଦେବା ପାଇଁ ବୃଦ୍ଧା ମହିଳାମାନେ ଗୋଷ୍ଠି ଉନ୍ନୟନ୍ନ ଅଧିକାରୀ, ତହସିଲଦାର ଓ ବ୍ଲକ ଅଧ୍ୟକ୍ଷଙ୍କୁ ନିବେଦନ ପତ୍ର ଦେବା ସହିତ ଜିଲ୍ଲାପାଳଙ୍କ ନିକଟକୁ ମଧ୍ୟ ଏକ ପତ୍ର ପ୍ରେରଣ କରିଛନ୍ତି। ପ୍ରଶାସନ ସେମାନଙ୍କ ଦୁଃଖ ବୁଝି ସହାୟତା ଗୁଡିକ ପ୍ରଦାନ କରିବେ ବୋଲି ଅବିବାହିତା ବୄଦ୍ଧା ମହିଳା ମାଳତୀ ମହାପାତ୍ର, କୁନି ପାତ୍ର, ବେର୍ଣ୍ଣାଦେତା ନାୟକ, ସ୍ୱର୍ଣ୍ଣଲତା ସାହୁ,ଭାନୁ ଦେବୀ, ସଞ୍ଜୁ ସାହୁ, ସାଇବାଣି ସାହୁ, ପୁଷ୍ପା ଦୋରା , ରେବତୀ ନାୟକ ଆଦି ନିବେଦନ କରିଛନ୍ତି।
Comments are closed.