MEllora 950×100

ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପୁରୁଷ ଓ ମହିଳା ବହୁମୂଖୀ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକଙ୍କ କଳା ବେଜ ପରିଧାନ

ମୋହନା: ୫ ଦଫା ଦାବି ହାସଲ ଉଦ୍ଦେଶ୍ୟରେ ମୋହନା ବ୍ଳକ ଅନ୍ତର୍ଗତ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ୟ୍ୟରତ ପୁରୁଷ, ମହିଳା ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ/ପରିଦର୍ଶିକାଙ୍କ ପକ୍ଷରୁ କଳା ବେଜ୍‌ ପରିଧାନ କରି କାର୍ୟ୍ୟ କରୁଛନ୍ତି। ଏଥିରେ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ବହୁମୂଖୀ ସ୍ୱାସ୍ଥ୍ୟକର୍ମୀ ସାମିଲ ଅଛନ୍ତି। ସେମାନଙ୍କ ଦାବି ଗୁଡିକ ମଧ୍ୟରେ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀଙ୍କ କ୍ୟ।ଡର ପୁନର୍ଗଠନ, ଚାକିରୀ କାଳରେ ସର୍ବନିମ୍ନ ୪ଟି ପଦୋନ୍ନତି, ଗ୍ରେଡ ପେ ପ୍ରଦାନ, ତୃଣମୂଳ ସ୍ତରରେ କାର୍ୟ୍ୟରତ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀଙ୍କ ଚାକିରୀ କାର୍ୟ୍ୟକାଳକୁ ମୂଳ ଚାକିରୀରେ ଗଣନା କରିବା, ପୋଷାକ ଭତ୍ତା ଆକାରରେ ବାର୍ଷିକ ୫ହଜାର ଟଙ୍କା ପ୍ରଦାନ କରିବା, ପଦବୀର ନାମ ପରିବର୍ତ୍ତନ କରିବା ଆଦି ଦାବି ରହିଛି।

ମହାସଂଘର ଦାବିଗୁଡିକୁ ରାଜ୍ୟ ସରକାର ପୂରଣ କରିବାରେ କାଳବିଳମ୍ବ କରୁଥିବାରୁ ମହାସଂଘର ନିଷ୍ପତ୍ତି କ୍ରମେ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମାନେ ୭ରୁ କଳା ବ୍ରେଜ ପରିଧାନ କରୁଛନ୍ତି। ଆସନ୍ତା ୧୪ରୁ ଅସହଯୋଗ ଓ ୨୧ ରୁ ସଂପୂର୍ଣ୍ଣ କାର୍ୟ୍ୟବନ୍ଦ କରି ନିଜ ନିଜ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣ ଦିଆଯିବ ବୋଲି ସ୍ୱାସ୍ଥ୍ୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି। ମହାସଂଘର ଦାବି ପୂରଣ ଦିଗରେ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ ସଂଘ ପକ୍ଷରୁ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ରାଜ୍ୟ ସରକାରଙ୍କୁ ଚେତାବନୀ ଦିଆଯାଇଛି।

Comments are closed.