ଗାନ୍ଧୀ ଜୟନ୍ତୀରେ ମୋହନା ଗାନ୍ଧୀ ପାର୍କର ଦୁରାବସ୍ଥା

ମୋହନା: ଗଜପତି ଜିଲ୍ଲା ମୋହନା ହାଇସ୍କୁଲ ଛକଠାରେ ଥିବା ବାପୁଜୀ ପାର୍କ ସହ ବାପୁଜୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଥିଲେ। ଦୀର୍ଘ ୧୭ ବର୍ଷ ତଳେ ଶକ୍ତି, ପର୍ଯ୍ୟଟନ, ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ବାପୁଜୀ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହା ମଧ୍ୟରେ ଦୀର୍ଘ ବର୍ଷ ବିତିଗଲାଣି। ତଥାପି ପାର୍କଟି ଅବହେଳିତ ଅବସ୍ଥାରେ ଜରାଜୀର୍ଣ୍ଣ ହୋଇ ପଡିରହିଛି। ଏଥିପ୍ରତି ପ୍ରଶାସନର ନିଘା ନାହିଁ। ଏହା ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ତୁରନ୍ତ ଏହି ପାର୍କର ପୁନରୁଦ୍ଧାର କରାଯାଇ ଗାନ୍ଧୀଙ୍କ ପ୍ରତି ସମ୍ମାନ କରାଯିବା ପାଇଁ ବୁଦ୍ଧିଜୀବି ମହଲରେ ମତପ୍ରକାଶ ପାଇଛି।

Comments are closed.