ଲଗାଣ ବର୍ଷାରେ ହରଭଙ୍ଗି ନଦୀରେ ଭାସିଗଲା ଅସ୍ଥାୟୀ ପୋଲ, ୪ ଖଣ୍ଡ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ମୋହନା: ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ୨ଦିନ ଧରି ବର୍ଷା ଲାଗିରହିଛି । ଲଗାଣ ବର୍ଷା ପ୍ରଭାବରେ ହରଭଙ୍ଗି ନଦୀର ଜଳସ୍ତର ବୃଦ୍ଧି ପାଇ ମୋହନା ନାରାୟଣ ନଗର ନିକଟରେ ଥିବା ଏକ ଅସ୍ଥାୟୀ ପୋଲ ଧୋଇ ହୋଇଯାଇଛି । ଫଳରେ ମୋହନା ଠାରୁ ସଂଲଗ୍ନ କରୁଥିବା ବଢ଼େଇପୁର, ଗୁଣ୍ଡିରିଗୁଡା, ନୂଆସାହି ଓ ଧନୁପଙ୍କ ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଛି । ଛାତ୍ରୀମାନେ କଲେଜକୁ ପାଠ ପଢିବା ପାଇଁ ଯାଇ ଆଉ ଗାଁକୁ ଫେରି ନ ପାରି ଫସି ରହିଛନ୍ତି । ସେପଟେ ମୋହନା ବସଷ୍ଟାଣ୍ଡ ସାଇଡୱାଲ ଭାଙ୍ଗି ଯାଇଥିବା ବେଳେ ମୋହନା ନିକଟସ୍ଥ ବାଇଲଝୁକାଙ୍ଗ ଗାଁରେ ଜଣକ ଘର ଭାଙ୍ଗି ଯାଇଛି । ଲଗାଣ ବର୍ଷାରେ ଅଠରନଳା ନଦୀ ଓ ହରଭଙ୍ଗି ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।

Comments are closed.