ଲଗାଣ ବର୍ଷାରେ ହରଭଙ୍ଗି ନଦୀରେ ବନ୍ୟାଜଳ, ୪ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ମୋହନା: ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଜପତି ଜିଲ୍ଲା ମୋହନା ନିକଟରେ ଥିବା ହରଭଙ୍ଗି ନଦୀର ଜଳ ସ୍ତର ଵୃଦ୍ଧି ପାଇବା ଯୋଗୁଁ ବନ୍ୟାଜଳ ପ୍ରବାହିତ ହେଉଛି। ଯାହାଫଳରେ ମୋହନା ମୁଖ୍ୟ ବଜାର ଠାରୁ ସଂଲଗ୍ନ କରୁଥିବା ବାଢ଼େଇପୁର ଗାଁ ସମେତ ଗୁଣ୍ଡିରିଗୁଡା, ଧନୁପଙ୍କ ଓ ନୂଆସାହି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ରବିବାର ରାତି ଠାରୁ ଅଞ୍ଚଳରେ ବର୍ଷାର ପରିମାଣ ବୃଦ୍ଧି ପାଇବା ସହ ନଦୀର ଜଳ ସ୍ତର ବୃଦ୍ଧି ପାଇଛି। ଫଳରେ ନଦୀ ସେପାଖେ ବସବାସ କରୁଥିବା ୪ ଖଣ୍ଡ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି। ଯୋଗାଯୋଗ ବିଚ୍ଛିନ୍ନ ଯୋଗୁଁ ଗୁଣ୍ଡୁରିଗୁଡା ଗ୍ରାମର ଇସ୍ରାଏଲ ମଣ୍ଡଳ ନାମକ ଜଣେ ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ନ ପାରି ଗାଁରେ ତାର ମୃତ୍ୟୁ ଘଟିଥିବା ଜଣାପଡିଛି। ଏପଟେ ଗାଁରେ ଅତ୍ୟାବଶ୍ୟକୀୟ ସେବା ରାସନ, ମେଡିକାଲ ସେବା ଭଳି ସେବାରୁ ବଞ୍ଚିତ ଗ୍ରାମବାସୀ। ନଦୀରେ ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ସ୍କୁଲ, କଲେଜ ଛାତ୍ରଛାତ୍ରୀ ମାନେ ମୋହନା ଆସିନପାରି ପାଠ ପଢ଼ାରୁ ବଞ୍ଚିତ ଅଛନ୍ତି। ନଦୀ ଜଳ ସ୍ତର ବୃଦ୍ଧି ପାଇବା ସହ ୪ ଖଣ୍ଡ ଗ୍ରାମବାସୀଙ୍କ ଅବସ୍ଥା ଉତ୍କଟ ହେବାର ଆଶଙ୍କା ରହିଛି।

Comments are closed.