ପାଣିଗଣ୍ଡା ପଞ୍ଚାୟତରେ ୨୦୬ଟି ଯୁଗ୍ମ ଅଭିଯୋଗ ଶୁଣିଲେ ଅତିରିକ୍ତ ଜିଲାପାଳ

ମୋହନା: ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ପାଣିଗଣ୍ଡା ପଞ୍ଚାୟତ ପରିସରରେ ଅତିରିକ୍ତ ଜିଲାପାଳ ସଂଗ୍ରାମ କେଶରୀ ପଣ୍ଡା ୨୦୬ଟି ଅଭିଯୋଗ ଶୁଣିଥିଲେ। ପଞ୍ଜୀକୃତ ହୋଇଥିବା ୨୦୬ଟି ଅଭିଯୋଗ ମଧ୍ୟରୁ ସାମୁହିକ ୭୧ ଓ ବ୍ୟକ୍ତିଗତ ୧୩୫ଟି ରହିଥିଲା। ରେଡକ୍ରସ ଫଣ୍ଡରୁ ସ୍ବାସ୍ଥ୍ୟ ଚିକିତ୍ସା ପାଇଁ ୧୪ ଜଣଙ୍କୁ ୪୬ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଲୋକଙ୍କ ଅଭିଯୋଗ ମଧ୍ୟରେ ମୂଖ୍ୟ ସମସ୍ୟା ରହିଥିଲା। ସ୍ବାସ୍ଥ୍ୟ ଚିକିତ୍ସା ପାଇଁ ଅର୍ଥ ସହାୟତା, ଭତ୍ତା ପ୍ରଦାନ, ଦୁର୍ଗମ ଗ୍ରାମକୁ ରାସ୍ତା ନିର୍ମାଣ, ପାନୀୟ ଜଳ ଯୋଗାଣ, ଖାଉଟି କାର୍ଡ, ଶିକ୍ଷା ବ୍ୟବସ୍ଥାର ଉନ୍ନତୀକରଣ ଉପରେ ଅଧିକ ଅଭିଯୋଗ ଆସିଥିଲା। କଟାମା ପଞ୍ଚାୟତର କରଡା ଗ୍ରାମର କିଛି ଲୋକଙ୍କୁ ଅତିରିକ୍ତ ଜିଲାପାଳ ପଟ୍ଟା ବଣ୍ଟନ କରିଥିଲେ। ଏହି ଅଭିଯୋଗ ଶୁଣାଣିରେ ଜିଲା ପ୍ରକଳ୍ପ ନିର୍ଦେଶକ ମହେଶ୍ବର ନାୟକ, ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥି, ତହସିଲଦାର କିଶୋର ଚନ୍ଦ୍ର ଦାଶ, ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଅତିରିକ୍ତ ତହସିଲଦାର ହିମାଂଶୁ ଭୂଷଣ ପଲାଇ, ଜିପିଇଓ ଖଗେଶ୍ବର ଭୂୟାଁଙ୍କ ସମେତ ଜିଲା ଓ ବ୍ଲକର ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.