ନାମାଙ୍କନ ପ୍ରତ୍ୟାହାର କଲେ ୩୭ ପ୍ରାର୍ଥୀ

ମୋହନା: ସ୍ଥାନୀୟ ବ୍ଲକରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ  ୯୩୧ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସ୍ଥାନୀୟ ବ୍ଲକର ୩୯ଟି ପଞ୍ଚାୟତରେ  ସମିତିସଭ୍ୟ ପାଇଁ ଆବେଦନ କରିଥିଲେ ୧୪୩ ପ୍ରାର୍ଥୀ ।ଯାଞ୍ଚ ସମୟରେ କଟିଲେ ୩ଜଣ । ସେହିଭଳି ସରପଞ୍ଚ ପ୍ରାର୍ଥୀ ପାଇଁ ଆବେଦନ କରିଥିଲେ ୧୭୯ ପ୍ରାର୍ଥୀ ।ଯାଞ୍ଚ ବେଳେ  କଟିଲେ ୯ଜଣ । ୱାର୍ଡ଼ ମେମ୍ବର ପାଇଁ ୬୦୯ଜଣ ପ୍ରାର୍ଥୀ ରହିଥିବା ବେଳେ ଯାଞ୍ଚରେ କଟିଲେ ୧୩ ଜଣ | ମୋଟ ପ୍ରାର୍ଥୀ ୯୦୬ଜଣ ମଧ୍ୟରେ ସମିତିସଭ୍ୟ , ସରପଞ୍ଚ ୱାର୍ଡ଼ ମେମ୍ବର ରହିଥିବା ବେଳେ ୨୫ ତାରିଖରେ ୩୨ ଜଣ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଥିବା ବ୍ଳକ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି।  ସେଥି ମଧ୍ୟରୁ ୱାର୍ଡ ମେମ୍ବର ୨୦ , ସରପଞ୍ଚ ୮, ସମିତିସଭ୍ୟ ୪ ରହିଲେ। ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରାର୍ଥୀ ମାନଙ୍କୁ ସେମାନଙ୍କର ନିର୍ବାଚନୀ ଚିହ୍ନ ମଧ୍ୟ ଦିଆ ସରିଥିବାବେଳେ ଏବେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ସରପଞ୍ଚ , ସମିତିସଭ୍ୟ , ଜିଲ୍ଲାପରିଷଦ ସଭ୍ୟ ଓ ୱାର୍ଡ଼ମେମ୍ବର ମାନେ ଘରକୁ ଘର ବୁଲି ଭୋଟ ଭିକ୍ଷା ମାଗୁଥିବା ଦେଖିବାକୁ ମିଳିଛି । ନିର୍ବାଚନ ଆୟୂକ୍ତଙ୍କ ଗାଇଡ ଲାଇନ ଅନୁଯାୟୀ ପାଞ୍ଚ ଜଣଙ୍କ ସହ ନିର୍ବାଚନୀ ପ୍ରଚାର କରି  ବୁଲିବା ଏବେ ନେତା/ପ୍ରାର୍ଥୀ ଓ କର୍ମୀଙ୍କ ପାଇଁ କାଠିକର ପାଠ ହୋଇପଡିଛି ।

Comments are closed.