ମୋହନାରେ ବ୍ଲକ ସ୍ତରୀୟ ନିଯୁକ୍ତି ମେଳା

ମୋହନା  : ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ୟ୍ୟାଳୟ ପରିସରରେ ବେକାରୀ ସମସ୍ୟା ଦୂର କରିବା ପାଇଁ ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିକାଶ ତରଫରୁ ଜିଲ୍ଳା ନିୟୋଜନ ବିଭାଗ ଦ୍ଵାରା ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମୋହନା ବ୍ଲକର ଭାରପ୍ରାପ୍ତ ବିଡିଓ ପ୍ରଦୀପ ନାୟକ ଓ ସମ୍ମାନୀତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷା ବାଲମିନା ଅଧିକାରୀ ଉପସ୍ଥିତ ରହି ଶିବିରକୁ ଉଦଘାଟନ କରିବା ସହ ଦୀପ ପ୍ରଜ୍ଜଳନ କରିଥିଲେ। ଏହି କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ବ୍ଲକ ଜୀବିକା ମିଶନର ପରିଚାଳକ ସିଲି. ତିରୁପତି ରାଓ । ଏହି ନିଯୁକ୍ତି ମେଳାରେ ୭ଟି ଷ୍ଟଲ ଖୋଲା ଯାଇଥିଲା।

Comments are closed.