ଜାତୀୟ ସେବା ସମିତି ବାଳିକା ବିଭାଗ ପକ୍ଷରୁ ଚାରା ରୋପଣ ଓ ଭୋଟ ସଚେତନତା ରାଲି

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥାନୀୟ ହିଲ ଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ସମିତି ବାଳିକା ବିଭାଗ ପକ୍ଷରୁ ୭ଦିନ ଧରି ଚାଲିଥିବା ତାଲିମ ଶିବିରର ଦ୍ଵିତୀୟ ଓ ତୃତୀୟ ଦିବସରେ ଚାରା ରୋପଣ ଓ ଭୋଟ ସଚେତନତା ରାଲି ହୋଇଯାଇଛି। ମୋହନା ନୀଳକଣ୍ଠେଶ୍ଵର ମନ୍ଦିର, ଚର୍ଚ୍ଚ ଓ ବିଦ୍ୟାଳୟ ପରିସରରେ ସମାଜସେବୀ ପ୍ରମିଳା ପଣ୍ଡା, ସୁର୍ୟ୍ୟ ନାରାୟଣ ପଣ୍ଡା, ବିଜୟ ସାହୁ, ଫାଦେର ଶଶିକାନ୍ତ ମାଳି ଚାରା ରୋପଣ କରିଥିଲେ। ସେହିପରି ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରୁ ଏକ ଭୋଟ ସଚେତନତା ଓ କରୋନା ସଚେତନତା ରାଲି ବାହାରି ସ୍ଥାନୀୟ ବଜାରରେ ହାତରେ ଫ୍ଳାକାର୍ଡ ଧରି କଣ୍ଟେଇକୋଳି ଓ ମୋହନାର ପ୍ରତ୍ୟେକ ସାହି ବୁଲି ବାପା ମା’ଙ୍କ ସେବା କରିବା , ତାଙ୍କୁ ଦୁଃଖ ଦେବା ନାହିଁ , ଖୁସିରେ ରଖିବା ଆଦି ନାରାବାଜି ଦେଇ ସଚେତନତା କରିବା ସହ ଥାନା, ସମନ୍ନୀତ ଶିଶୁ ବିକାଶ କାର୍ୟ୍ୟାଳୟ,ତହସିଲଦାର କାର୍ୟ୍ୟାଳୟ, ମେଡ଼ିକାଲ ଯାଇ ସାଚେତନ କରିଥିଲେ। ଏହି କାର୍ୟ୍ୟକ୍ରମରେ ବରିଷ୍ଠ ଅଧ୍ୟ।ପକ ଉଗବାନ ବିଷୋୟୀ, ଡ଼ା. ଅନ୍ତର୍ୟ୍ୟାମୀ ଗୌଡ଼, କୋଷାଗାର ରକ୍ଷକ ଗୋପାଳ ପଟ୍ଟନାୟକ, ,ଏସ. ରମେଶ, ଅନୁପମା ଦଳେଇ ଉପସ୍ଥିତ ଥିଲେ। ଏହି କାର୍ୟ୍ୟକ୍ରମକୁ ସେବା ଯୋଜନା ଅଧିକାରୀ ଅଧ୍ୟ।ପକ ଅନୀଲ କୁମାର ତ୍ରିପାଠୀ ପରିଚାଳନା କରିଥିଲେ।

Comments are closed.