ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ଵତନ୍ତ୍ର ସେବା ଶିବିର

ମୋହନା: ସ୍ଥାନୀୟ ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୭ ଦିନ ବ୍ୟାପି ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ସେବା ଶିବିରର ଉଦଘାଟନ ଉତ୍ସବ ବରିଷ୍ଠ ଅଧ୍ୟାପକ ଭଗବାନ ବିଷୋୟୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୋହନା ବ୍ଲକ ସିଡିପିଓ ଲଳିତା ମଲ୍ଲିକ ମୁଖ୍ୟ ଅତିଥି, ବରିଷ୍ଠ ଶିକ୍ଷାବିତ ମଧୁସୂଦନ ପାଢ଼ୀ ମୁଖ୍ୟ ବକ୍ତା, ମାର୍ଶଲ ନାୟକ, +୩ ଅଧ୍ୟକ୍ଷ ଶୁଭ୍ରକାନ୍ତ ମହାନ୍ତି, ଅଧ୍ୟାପକ ସାମିନୀ ରମେଶ, ଡକ୍ଟର ଅନ୍ତର୍ଯ୍ୟାମୀ ଗୌଡ଼, କର୍ମଚାରୀ କାମାକ୍ଷା ପ୍ରସାଦ ପଟ୍ଟନାୟକ ପ୍ରମୁଖ ଯୋଗଦାନ କରିଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ ଜାତୀୟ ସେବା ଶିବିରର ମହତ୍ଵ, ଲକ୍ଷ୍ୟ, ଉଦ୍ଦେଶ୍ୟ ସମ୍ପର୍କରେ ଛାତ୍ରୀମାନଙ୍କୁ ବୁଝାଇଥିଲେ। ସଭା କାର୍ଯ୍ୟ ଶେଷ ହେବାପରେ ବିଦ୍ୟାଳୟର ୨୫ ଜଣ ଛାତ୍ରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ବାଳିକା ବିଭାଗୀୟ ଯୋଜନା ଅଧିକାରୀ ଅନିଲ କୁମାର ତ୍ରିପାଠୀ ପରିଚାଳନା କରିଥିଲେ।

Comments are closed.