ହିଲଟପରେ ଭୋଟର ସଚେତନତା ରାଲି

ମୋହନା: ଗଜପତି ଜିଲ୍ଲା ମୋହନା ହିଲଟପ ଉଚ୍ଚ ମାଧ୍ୟମିକ ଓ ଡିଗ୍ରୀ ମହାବିଦ୍ୟାଳୟର ମିଳିତ ଉଦ୍ୟମରେ ଭୋଟର ସଚେତନତା ସଭା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଅତିରିକ୍ତ ତହସିଲଦାର ଶୁଧାଶୁ° କୁମାର ପଲେଇ ଉପସ୍ଥିତ ରହି ଶିକ୍ଷୟତ୍ରୀମାନଙ୍କୁ ଭୋଟର ସଚେତନତା ସମ୍ବନ୍ଧୀୟ ସବିଶେଷ ଜ୍ଞାନ ପ୍ରଦାନ କରିବା ସହିତ ଭୋଟ ଦେବା ଅଧିକାର ପ୍ରତି ନିଜେ ସଚେତନତା ହେବା ନିଜ ଅଂଚଳରେ ଅନ୍ୟ ମାନଙ୍କୁ ସଚେତନ କରାଇବାରେ ସହାୟକ ହେବା ପାଇଁ ପରାମର୍ଶ ତଥା ଉପଦେଶ ଦେଇଥିଲେ। ଏହି ସଭାରେ ଯୁକ୍ତ ୨ ଅଧକ୍ଷ ସିମାଞ୍ଚଳ ସାହୁ ସଭାପତି ଭାବେ ସଭା କାର୍ଯ୍ୟ ପରିଚାଳନା କରିବା ସହ, ଅତିଥି ପରିଚୟ ଉଗବାନ ବିଷୋୟୀ ପ୍ରଦାନ କରିଥିଲେ। ଏହା ସହ ଅନ୍ୟାନ୍ୟ ଅଧ୍ୟାପକ ତଥା କର୍ମଚାରୀ ଡ଼. ଅନ୍ତର୍ଯ୍ୟାମୀ ଗୌଡ଼, ଅନିଲ ତ୍ରିପାଠୀ, ଗୋପାଳ ପଟ୍ଟନାୟକ, କାମାକ୍ଷା ପଟ୍ଟନାୟକ, ଅଜୟ ଦଳାଇ, ଗଣେଶ ନାୟକ,ଆଦି ସହଯୋଗ କରିଥିଲେ. ସଭା କାର୍ଯ୍ୟ ଶେଷ ହେବାପରେ ଉଭୟ ଯୁକ୍ତ ୨ ଓ ଯୁକ୍ତ ୩ ବର୍ଗ, ଏନଏସଏସ ବାଳକ ବାଳିକାଙ୍କ ସମେତ ସ୍କାଉଟ ଗାଇଡ଼, ରେଡ଼କ୍ରସ ବିଭାଗର ଛାତ୍ରଛାତ୍ରୀ ଏକ ବିରାଟ ରାଲିରେ ବିଭିନ୍ନ ଭୋଟର ସଚେତନତା ମୂଳକ ସ୍ଲୋଗାନ ପ୍ରଦାନ କରି ମୋହନାର ପ୍ରତ୍ୟେକ ଅଂଚଳରେ ସଚେତନତାର ବାର୍ତ୍ତା ପହଞ୍ଚାଇ କାର୍ଯ୍ୟକ୍ରମକୁ ସଫଳତା କରାଇଥିଲେ।

Comments are closed.