ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ -୨୦୨୧ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କରୋନା ମହାମାରୀ ପାଇଁ ବହୁ ଆଡ଼ମ୍ବର ନ କରି କଟକଣା ମଧ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଆରସିସି ତଥା ଏବିଓ ଯୁଧିଷ୍ଠିର ବେହେରା, ମୁଖ୍ୟ ବକ୍ତା ଭାବେ ଏବିଓ କୁନା ପାତ୍ର, ସମ୍ମାନୀତ ଅତିଥି ଏବିଓ ନାରୁଶୁ କଅଁର ଯୋଗ ଦେଥିଲେ। ଅତିଥିମାନେ ପ୍ରଥମେ ଦୀପ ପ୍ରଜ୍ଜନନ କରିଥିଲେ। ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରାଯାଇଥିଲା।

ଏହି ଅବସରରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନେ ଗୀତ, ନୃତ୍ୟ, ଭାଷଣ, ଚିତ୍ରାଙ୍କନରେ ଭାଗ ନେଇଥିଲେ। ପ୍ରତିଯୋଗୀତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ଳକର ସମସ୍ଥ ସିଆରସିସି, ଶିକ୍ଷକଶିକ୍ଷୟିତ୍ରୀ, ବିଆରଟି ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶିକ୍ଷକ ଶଙ୍କର ପଣ୍ଡା।

Comments are closed.