ଶୁଣିଲାନି ପ୍ରଶାସନ, ଗ୍ରାମ ରାସ୍ତା ମରାମତି କଲେ ଯୁବକ ସଂଘ କର୍ମକର୍ତ୍ତା

ମୋହନା: ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଗାଁକୁ ରାସ୍ତା ସଂଯୋଗ କରୁଛୁନ୍ତି। ମନରେଗା, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ପଞ୍ଚାୟତ ଦ୍ୱାରା ସିସି ରୋଡ଼ ଯୋଜନା ଜରିଆରେ ଗାଁକୁ ରାସ୍ତା ନିର୍ମାଣ ଓ ମରାମତି କାମ ଜାରି ରହିଛି। ତେବେ  ମେରାପଲ୍ଲୀ ପଞ୍ଚାୟତର ଅନ୍ତର୍ଗତ ବନ୍ଧାଗୁଡା ଗ୍ରାମର ଏମଏଲଏ ସାହି ବାସିନ୍ଦାଙ୍କ ଗୁହାରି ପ୍ରଣାସନ ଶୁଣିଲା ନାହିଁ। ପ୍ରଶାସନ ନ ଶୁଣିବାରୁ ଗ୍ରାମର କଲେଜ ପଢୁଆ ଛାତ୍ର ଓ ପାଟୁମଳିକ ସଂଘର କର୍ମକର୍ତ୍ତାମାନେ ମିଶି ନିଜ ଗ୍ରାମର ରାସ୍ତା ମରାମତି କରିଛନ୍ତି। ଏହି ମରାମତି କାମରେ ସଂଘର ସଭାପତି ମହେଶ୍ୱର ମଳିକ, ଉପ ସଭାପତି ମନୋଜ ମଳିକ ପ୍ରମୁଖ ଉପସ୍ଥିତ ରହି ସମସ୍ତ କର୍ମକର୍ତ୍ତାଙ୍କୁ ସହଯୋଗ କରିଥିଲେ।

Comments are closed.