ମୋହନାର ବିଭିନ୍ନ ପଞ୍ଚାୟତରେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଶୁଭାରମ୍ଭ : ବାଣ୍ଟିଲେ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ

ମୋହନା: ଗଜପତି ଜିଲା ପାରଳାଖେମୁଣ୍ଡିଠାରେ ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ଦୁଇ ମନ୍ତ୍ରୀ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାଶ, ଶିଳ୍ପାୟନ ମନ୍ତ୍ରୀ ପଦ୍ମିନୀ ଦିହାନ ଓ ବିଜେଡିର ବରିଷ୍ଠ ରାଜନେତା ଅନୁଭବ ପଟ୍ଟନାୟକ ମୋହନା ବ୍ଲକର ମୋହନା, ରାଇପଙ୍କା, ମାଣ୍ଡିମେରା, ଖାରୀଗୁଡା, ବିରିକୋଟ, ଅଡ଼ବା,କର୍ଚବାଡ଼ି, ପିଣ୍ଡିକି, ଲିଲିଗଡ, ପାଣିଗଣ୍ଡା, ଡେଙ୍ଗାସଖାଲ, ଭଳି ବିଭିନ୍ନ ସ୍ଥାନର ପଞ୍ଚାୟତ କାର୍ୟ୍ୟାଳୟ ପରିସରରେ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ। ଏହି କାର୍ଡ଼ ଦ୍ଵାରା କିକି ଉପକାର ପାଇବେ ତାହା ନେଇ ସଚେତନତା କରାଇବା ସହ ଲୋକଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ କାର୍ଡର ଉପକାରୀତା ସଂପର୍କରେ ବୁଝାଇଥିଲେ।

 

ଵର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ସ୍କ୍ରାର୍ଟ କାର୍ଡ଼ ବଣ୍ଟନ କରାଯାଇଥିଲା। ଏହି ଗସ୍ଥ ସମୟରେ ଜିଲ୍ଲା ପ୍ରକଳ୍ପ ପ୍ରଶାସକ (ପିଏଆଇଟିଡିଏ) ସରୋଜ କୁମାର ବେହେରା, ସ୍ଥାନୀୟ ତହସିଲଦାର ସାରଦା ପ୍ରଶନ୍ନ ପଣ୍ଡା, ବିଡିଓ ସାର୍ଥକ ସୌରଭ ମହାପାତ୍ର, ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ଡ.ନମିତା ପଣ୍ଡା, ଅତିରିକ୍ତ ତହସିଲଦାର ଆଶିଷ କୁମାର ପ୍ରଧାନ, ପୁଲିସ କର୍ମଚାରୀ ଓ ସମସ୍ତ ସରପଞ୍ଚ, ସମିତି ସଭ୍ୟ,ପଂଚାୟତ ନିର୍ବାହୀ ଅଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.