ସମ୍ଭାବ୍ୟ ବାତ୍ୟା ପାଇଁ ହରଭଙ୍ଗୀ ଡ୍ୟାମର ଦୁଇଟି ଗେଟ ଖୋଲିଲା

ମୋହନା: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବଵର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ଆଜି ଅବପାତର ରୂପ ନେବ। ଏହି ଲଘୁଚାପ ବାତ୍ୟାର ରୂପ ନେଇ ଗଜପତି ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷିବ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଗଜପତି ଜିଲ୍ଲାକୁ ମଧ୍ୟ ରେଡ଼ ଜୋନ ଘୋଷଣା କରାଯାଇଛି। ଏହାରି ପ୍ରଭାବରେ ଗଜପତି ଜିଲ୍ଲାରେ ୨ ଶହ ମିଲି ବର୍ଷା ହେବାର ସମ୍ଭାବନା ରହି ଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଆଦେଶ କ୍ରମେ ହରଭଙ୍ଗୀ ଜଳ ପ୍ରପାତ ଡ୍ୟାମ କତୃପକ୍ଷ ନିବାହୀ ଯନ୍ତ୍ରୀ ସରୋଜ କୁମାର ଗୁପ୍ତାଙ୍କ ଉପସ୍ଥିତିରେ କନିଷ୍ଠ ଯନ୍ତ୍ରୀ ଅଲେଖ ରାଉତ, ଯନ୍ତ୍ରୀ ସନତ କୁମାର ମଲ୍ଲିକ ଏବଂ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଡ୍ୟାମର ୨ଟି ଗେଟ ଖୋଲା ଯାଇଛି। ଶନିବାର ଦିନ ରାତି ସାରା ପାଣି ଛଡା ଯାଇଛି। ଏହା ସହ ବର୍ଷାକୁ ଦେଖି ଅଧିକ ଗେଟ ଖୋଲା ଯାଇପାରେ ବୋଲି ନିର୍ବାହୀ ଯନ୍ତ୍ରୀ ଶ୍ରୀ ଗୁପ୍ତା କହିଛନ୍ତି।

ଡ୍ୟାମର ତଳି ଅଞ୍ଚଳରେ ବସବାସ କରି ରହୁଥିବା ଗ୍ରାମଗୁଡିକୁ ଡାକ ଯନ୍ତ୍ର ଯୋଗେ ସଚେସନତା କରାଯାଇଛି। ଗାଈଗୋରୁ ଆଦି ପଶୁ ଜନ୍ତୁକୁ ନଦୀ କୂଳକୁ ଛାଡିବାକୁ ମନା କରିବା ସହ ଯେଉଁମାନେ ନଦୀ କୁଳରେ ରହୁଛନ୍ତି ସେମାନେ ଜାଗା ଛାଡ଼ି ଉଚ୍ଚ ସ୍ଥାନକୁ କିମ୍ଵା କୋଠା ଘରକୁ ଚାଲିଯିବା ପାଇଁ ଅନୁରୋଧ କରିଛନ୍ତି। ତଳି ଅଞ୍ଚଳ ଲୋକେ ଏହା ଜାଣିବା ପରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ନେଇ ଭୟଭୀତ ରହିଥିବା ଜଣାପଡିଛି।

Comments are closed.