ରାମଗିରିରେ ଯାତ୍ରୀବାହି ଅଟୋ ଓଲଟି ଜଣେ ମୃତ ; ୬ ଆହତ

ମୋହନା : ଗଜପତି ଜିଲ୍ଲା ରାମଗିରି ଥାନା ଅଧିନସ୍ଥ ଦୁଧମାଠିଆ ଗ୍ରାମରେ ଏକ ଯାତ୍ରୀବାହି ଅଟୋ ଓଲଟି ଜଣେ ମୃତ୍ୟୁବରଣ କରିଥିବାବେଳେ ଛଅ ଜଣ ଆହତ ହୋଇଛନ୍ତି  । ଘଟଣାରୁ ପ୍ରକାଶ ଏକ ଯାତ୍ରୀବାହି ଅଟୋ ରାମଗିରି ଗ୍ରାମ ନିକଟସ୍ଥ କୁରୁମ ଗ୍ରାମରୁ ଛେଳିଗଡ଼ ଅଭିମୁଖେ ଯାତ୍ରୀମାନଙ୍କୁ ନେଇ ଯାତ୍ରା କରୁଥିବାବେଳେ ଦୁର୍ଘଟଣା ଘଟି ଅଟୋଟି ଓଲଟି ପଡିଥିଲା । ଉକ୍ତ ଅଟୋରେ ବସିଥିବା ଛଅ ଜଣ ଯାତ୍ରୀ ଆହତ ହୋଇଥିଲେ ଏବଂ ଜଣେ ଗୁରୁତ୍ୱର ଥିଲେ । ତେବେ ସ୍ଥାନୀୟ ଲୋକଙ୍କ ସହାୟତାରେ ରାମଗିରି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆହତ ମାନଙ୍କୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ହେଲେ ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଜଣକ ହେଲେ ଆର.ଉଦୟଗିରି ଥାନା ଅଧିନସ୍ଥ ବସ୍ତ୍ରୀଗୁଡା ଗ୍ରାମର ଗଣେଶ କାର୍ୟୀ । ଆହତ ମାନେ ହେଲେ ଶଙ୍କର ନାୟକ (୧୭) ,ଗଣେଶ ବେହରଦଳାଇ (୨୨), ଗାଡ଼ି ଚାଳକ ଗୁପ୍ତେଶ୍ୱର ବେହରଦଳାଇ (୧୯) ଅଟୋ ଚାଳକ ଦିବାକର ବେହରଦଳାଇ , ସୁଧାକର ବେହରଦଳାଇ ( ୧୭), ସୌଦାମିନୀ ଦାଣ୍ଡିଆ (୧୪)। ରାମଗିରି ଥାନା ଅଧିକାରୀ ଡା. ବିକାଶ କୁମାର ସେଠୀ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ରାମଗିରି ସ୍ୱାସ୍ଥ୍ୟ କେନ୍ଦ୍ରରୁ ଶବ ଜବତ କରି ଚାଳକକୁ ଅଟକ ରଖିବା ସହ ଅଟୋକୁ ମଧ୍ୟ ଜବତ ହୋଇଛି । ଏନେଇ ରାମଗିରି ଥାନାରେ  ମାମଲା ରୁଜୁ ହୋଇ ଶବ ବ୍ୟବଛେଦ ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଲୟକୁ ପଠାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.