୨ ବାଇକ ମୁହାଁମୁହିଁ ଧକ୍କା ; ୨ ମୃତ , ୩ ଗୁରୁତର

ଗଜପତି : ଗଜପତି ଜିଲା ମୋହନାର ଅଡବା ଥାନା ଅନ୍ତର୍ଗତ ଡମାଟୁଆ ଗାଁ ଛକ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଥିବା ସୋମବାର ଜଣାପଡିଛି। ଏଥିରେ ୨ ବାଇକ ମୁହାଁମୁହିଁ ଧକ୍କା ହୋଇ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସହ ୩ ଜଣ ଗୁରୁତର ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ ମୃତାହତ ନିକଟ ସମ୍ବଲପୁର ଗାଁର ବୋଲି ଜଣାପଡିଛି। ୩ ଗୁରୁତର ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ବୋଲି ସୂଚନା ମିଳିଛି।

Comments are closed.