ମୋହନାରେ ଗଜଲକ୍ଷ୍ମୀ ପୂଜା

ମୋହନା: ସ୍ଥାନୀୟ ସରକାରୀ ହାଇସ୍କୁଲ ଛୁକଠାରେ ଶ୍ରୀ ଗଣେଶ ବଣିକ ସଂଘ ପକ୍ଷରୁ ମା’ଗଜଲକ୍ଷ୍ମୀଙ୍କ ପୂଜା କୋଭିଡ ନିୟମ ଅନୁଯାୟୀ ମହାସମାରୋହରେ ପାଳିତ ହୋଇଯାଇଛି। ନବମ ବର୍ଷରେ ଏହି ପୂଜା ପଦାର୍ପଣ କରିଛି। ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ସ୍ଥାନୀୟ ହରଉଙ୍ଗୀ ନଦୀ ଜଳକୁ କଳସ ଶୋଭାଯାତ୍ରାରେ ଅଣାଯାଇ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା। ବିଧି ବିଧାନ ରୀତି ନୀତି ଅନୁଯାଇ ପଣ୍ଡିତ ଶିବ ଶଙ୍କର ପଣ୍ଡା ଅଧିବାସ କର୍ମଠାରୁ ମୁଣ୍ମୟୀ ମୂର୍ତ୍ତୀଙ୍କ ପ୍ରାଣ ପ୍ରତିଷ୍ଠା ଆଦି ସମସ୍ତ ପୂଜା କର୍ମ ସମ୍ପାଦନ କରିଥିଲେ। କର୍ତ୍ତା ଭାବେ ବଣିକ ସଂଘର ଭପଦେଷ୍ଟା ବୃନ୍ଦାବନ ସାମନ୍ତରା, ପ୍ରଫୁଲ୍ଲ କୁମାର ସାହୁ ହୋମ ଯଜ୍ଞରେ ସହଯୋଗ କରିଥିଲେ।

ସଂଘର ସଭାପତି ଇ. ଦିଲ୍ଲୀପ କୁମାର,ସମ୍ପାଦକ କୁନା ବିଷୋୟୀ, ସହ ସମ୍ପାଦକ ବାବୁଲି ଗୌଡ, ଉପ ସଭାପତି ବ୍ରହ୍ମାଶଙ୍କର ସାହୁ, କୋଷାଧକ୍ଷ ସୁଧକର ସାହୁ, ଉପଦେଷ୍ଟା ରଶ୍ଶୀରଞ୍ଜନ ସାହୁ, ରାମକୃଷ୍ଣ ସାହୁ ପ୍ରମୁଖ କର୍ମକର୍ତ୍ତା ପୂଜା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କୋଭିଡ କଟକଣା ଯୋଗୁଁ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ କରାଯାଇଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଅଡବା ବଜାର ଛକରେ ମଧ୍ୟ ଜାକଜମକରେ ସୁସଜ୍ଜିତ ମଣ୍ଡପରେ ଗଜଲକ୍ଷ୍ମୀଙ୍କ ପୂଜା ପାଳନ କରାଯାଇଛି।

Comments are closed.