୫ ଘଣ୍ଟାର ଅପରେସନ, ମିଳିଲେନି ନିଖୋଜ ବ୍ୟକ୍ତି

ମୋହନା : ଚେକଡ୍ୟାମରେ ନିଖୋଜ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର ୫ ଘଣ୍ଟାର ଅପରେସନ ବ୍ୟର୍ଥ ହୋଇଛି। ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବଡ଼ଖଣି ଗାଁ ନିକଟସ୍ଥ ଚେକଡ୍ୟାମରେ ଗାଧୋଇବା ସମୟରେ ହଠାତ ଗୋଡ଼ ଖସି ଜଣେ ବ୍ୟକ୍ତି ନିଖୋଜ ହୋଇ ଯାଇଥିଲେ। ବଡ଼ଖଣି ଗ୍ରାମର ୫୪ ବର୍ଷୀୟ କାଳୁଚରଣ ମଳିକ ନିଜ ବାଡ଼ରେ ମକା ଛଡାଇବା ପରେ ସ୍ନାନ କରିବକୁ ଚେକଡ୍ୟାମକୁ ଆସିଥିଲେ । ସ୍ନାନ ବେଳେ ଦୈବାତ ତାଙ୍କର ଗୋଡ଼ ଖସିଯିବାରୁ ସେ ଗଭୀର ଜଳରାଶି ଭିତରକୁ ଚାଲି ଯାଇଥିଲେ। ପାଖରେ ଥିବା ଲୋକେ ଏହି ଦୃଶ୍ୟ ଦେଖି ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଦମକଳ ବାହିନୀ ବିଭାଗ ପହଞ୍ଚ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଚେକଡ୍ୟାମରେ ଅକାତ କାତ ପାଣି ରହିଥିବାରୁ କାଳୁଚରଣଙ୍କୁ ଉଦ୍ଧାର କରିବା ସମ୍ଭବପର ହୋଇନି। ୫ଘଣ୍ଟା ପରିଶ୍ରମ ପରେ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟକୁ ବନ୍ଦ କରିଦେଇଛନ୍ତି। ଘଟଣା ସ୍ଥଳରେ ମୋହନା ଥାନା ଏସଆଇ ପିଙ୍କି ମୁର୍ମୁ, ସିନ୍ଧୁ ସାରକା ଉପସ୍ଥିତ ଅଛନ୍ତି।

Comments are closed.