୭୬ କେଜି ଗଞ୍ଜେଇ ଜବତ : ଜଣେ ଗିରଫ

ମୋହନା : ଗଜପତି ଜିଲା ମୋହନା ଥାନା ପୁଲିସକୁ ଶୁକ୍ରବାର ଆଉ ଏକ ସଫଳତା ମିଳିଛି। ଅନ୍ଧାରିଗୁଡା ପଟେ ଯାଇଥିବା ଗାଁ ନିକଟସ୍ଥ ରାସ୍ତା କଡରେ ୩ଟି ବସ୍ତାରେ ୭୬ କେଜି ଗଞ୍ଜେଇ ଧରି ବସକୁ ଜଗିଥିବା ବେଳେ ପୁଲିସ ଜଣକୁ ଗିରଫ କରିଥିଲା। ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ନେତୃତ୍ୱରେ ଏହି ଟିମ ଗୋଠକେଳି, ଅନ୍ଧାରିଗୁଡା ଅଞ୍ଚଳରେ ଚଢାଉ କରିଥିଲେ।

ସୂଚନା ଅନୁଯାୟୀ, ଜବତ ହୋଇଥିବା ୩ ବସ୍ତାରେ ୭୬ କେଜି ଗଞ୍ଜେଇର ଆନୁମାନିକ ମୁଲ୍ୟ ୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡିଛି। ଅନ୍ୟପଟେ ଗଞ୍ଜେଇ ସହ ଅଭିଯୁକ୍ତକୁ ମୋହନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରଛି ।

Comments are closed.