ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର

ମୋହନା : ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଡେଙ୍ଗାସରଗୀ ଗ୍ରାମରେ ଶୁକ୍ରବାର ମୋହନା ପୁଲିସ ଗଛରୁ ଏକ ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର କରିଛି।

ସୂଚନା ଅନୁଯାୟୀ, ନାବାଳିକା ଜଣକ ଚଳିତ ବର୍ଷ ୧୦ ଶ୍ରେଣୀ ପରିକ୍ଷା ଦେଇଥିଲେ। ପରିବାର ଲୋକେ ଆଜି ସକାଳୁ ନାବାଳିକାର ମୃତଦେହ ଗାଁ ନିକଟସ୍ଥ ତେନ୍ତୁଳି ଗଛ ମୂଳରେ ଝୁଲୁଥିବାର ଦଖିଥିଲେ। ପରିବାର ଲୋକେ ଉକ୍ତ ନାବାଳିକାଙ୍କୁ ଗଛରୁ ଓହ୍ଲାଇ ଘରକୁ ଆଣିଥିଲେ। ଖବର ପାଇ ମୋହନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଥିବା ବେଳେ ଏହା ଆତ୍ମହତ୍ୟା ନା ସୁଚିନ୍ତିତ ହତ୍ୟା କାଣ୍ଡ ଶବ ବ୍ୟବଚ୍ଛେଦ ପରେ ଜଣାପଡିବ ବୋଲି ଥାନ ଅଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି।

Comments are closed.