ପୁଣି ଲଜ୍ଜା : ଛାତ୍ରୀନିବାସରେ ୧୦ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ମୋହନା : ଗଜପତି ଜିଲା ମୋହନା ବ୍ଳକ ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମରେ ରହିଥିବା ଅନୁସୁଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ୨୦୦ ଶଜ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରିନିବାସରେ ୧୦ମ ଶ୍ରେଣୀରେ ପାଠ ପଢୁଥିବା ଜଣେ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡିଛି।

ପୁଲିସ ସୂଚନା ଅନୁଯାୟୀ, ଚାନ୍ଦିପୁଟ ଛାତ୍ରୀନିବାସରେ ରହି ପାଠ ପଢୁଥିବା ରା.ଉଦୟଗିରି ଥାନା ଅନ୍ତର୍ଗତ ଟାଣ୍ଡ୍ରାଙ୍ଗ ଗ୍ରାମର ଜନୈକ ଛାତ୍ରୀ ଦଶହରା ଛୁଟିରେ ନିଜ ଗ୍ରାମକୁ ଯାଇଥିଲେ। ବିଦ୍ୟାଳୟ ଖୋଲିବା ପରେ ସେ ଛାତ୍ରୀନିବାସକୁ ଫେରିଥିଲେ। ଗ୍ରାମରେ ରହୁଥିବା ସମ୍ପର୍କୀୟ ମାମୁଙ୍କ ପୁଅ ସାଥିରେ ତାଙ୍କର ଶାରିରୀକ ସମ୍ପର୍କ ଗଢି ଉଠିଥିଲା। ଛାତ୍ରୀ ଜଣଙ୍କ ଫେରିବାପରେ ମଧ୍ୟ କୌଣସି କର୍ମଚାରୀ ତାଙ୍କର ସ୍ୱାସ୍ଥ୍ୟ ପରିକ୍ଷା ନିରୀକ୍ଷା କରାଇ ନ ଥିଲେ। ବୁଧବାର ଦିନ କୌଣସି ସୁତ୍ରରୁ ଖବର ପାଇ ପ୍ରଧାନ ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ବେହେରା ଛାତ୍ରୀର ସ୍ୱାସ୍ଥ୍ୟ ପରିକ୍ଷା କରି ସେ ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ। ତାପରେ ପ୍ରଧାନ ଶିକ୍ଷୟତ୍ରୀ ମୋହନା ଥାନରେ ଲିଖିତ ଅଭିଯୋଗ କରିଥିଲେ। ମୋହନା ଥାନା ତଦନ୍ତ ଅଧିକାରିଣୀ ପିଙ୍କି ମୁର୍ମୁ ଛାତ୍ରୀନିବାସକୁ ଯାଇ ଘଟଣାରେ ଖୋଳତାଡ କରିଥିଲେ।

ଛାତ୍ରୀଙ୍କ କହିବା ଅନୁଯାୟୀ, ସେ ଦଶହରା ଛୁଟିରେ ନିଜ ଗ୍ରାମକୁ ଯାଇଥିଲେ। ସେଠାରେ ମାମୁ ପୁଅ ସହିତ ତାଙ୍କର ଶାରିରୀକ ସମ୍ପର୍କ ସ୍ଥାପନ ହୋଇଥିଲା। ଝିଅର ବୟାନ ନେବା ବେଳେ ବିଚାରପତିଙ୍କ ସମ୍ମୁଖରେ ନିଆଯାଇ ରେକର୍ଡ କରାଯାଇଥିଲା। ଏହି ଘଟଣା ସମ୍ପର୍କରେ ଜିଲା ମଙ୍ଗଳ ଅଧିକାରୀ ସନ୍ତୋଷ ରଥଙ୍କୁ ଅବଗତ କରାଯିବା ପରେ ସେ ଘଟଣା ସ୍ଥଳକୁ ଆସିଥିଲେ। ନାବାଳକ ଜଣକୁ ଥାନାକୁ ଆଣି ପଚାରା ଉଚରା କରାଯାଉଥିବା ଜଣାପଡିଛି। ଅପରପକ୍ଷେ ନାବାଳିକା ଛାତ୍ରୀଜଣକୁ ଡାକ୍ତରୀମଇନା ପାଇଁ ପାରଳାଖେମୁଣ୍ଡି ନିଆଯିବା ସହ ଜିଲା ଶିଶୁ ମଙ୍ଗଳ ସମିତିଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି।

ଦଶହରା ଛୁଟି ବିତି ଯିବାର ୨ ମାସ ହେଲା କିନ୍ତୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଏ ବିଷୟରେ କିପରି ଜାଣିପାରିନଥିଲେ ବୋଲି ଗ୍ରାମବାସୀଙ୍କ ଅଭିଯୋଗ କରିଛନ୍ତି । ତାହା ଆଜି ଲୋକ ଲୋଚନଙ୍କୁ କିଭଳି ଆସିଲା ନା ଏହି ଘଟଣା ପଛରେ କିଛି ରହସ୍ୟ ରହିଛି ତାହା ଏବେ ଅଭିଭାବକ ମହଲରେ ପ୍ରଶବାଚୀ ସୃଷ୍ଟି କରିଛି ।

Comments are closed.