ମୋହନା ଇଲାକାରେ ବାଙ୍ଗଲାଦେଶୀଙ୍କ ପାଦୁର୍ଭାବ

ମୋହନା : ଗଜପତି ଜିଲା ମୋହନା ବ୍ଳକରେ ବହୁ ଦିନ ଧରି ବାଙ୍ଗଲାଦେଶୀଙ୍କ ପାଦୁର୍ଭାବ ଦିନକୁ ଦିନ ବଢିବାରେ ଲାଗିଛି। ବିଭିନ୍ନ ବ୍ୟବସାୟ କରିବା ଉଦେଶ୍ୟରେ ମୋହନା ବ୍ଲକରେ ପ୍ରବେଶକରି ଏମାନେ ଫେରିବାଲାଭାବେ ବିଭିନ୍ନ କିସମର ସାମଗ୍ରୀ ପଞ୍ଚାୟତକୁ ପଞ୍ଚାୟତକୁ ଯାଇ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ଏମାନଙ୍କର କୌଣସି ପ୍ରକାର ପରିଚୟ ପତ୍ର ନଥିବାର ଶୁଣିବାକୁ ମିଳୁଛି। ସାଧାରଣତଃ ଏମାନେ ବ୍ଲକର ଅନ୍ତରବା, ଚୁଡଙ୍ଗପୁର, ଅଡବା, ପଦାଗାଁ, ପାଣିଗଣ୍ଡା, ଚନ୍ଦ୍ରଗିରି, ମଳାସପଦର ଓ ମୋହନା ଆଦି ବିଭିନ୍ନ ଅଞ୍ଚଳରେ ଆଡା ଜମାଇ ଦୀର୍ଘ ଦିନ ଧରି ରହି ଆସୁଥିବା ଶୁଣିବାକୁ ମିଳୁଛି। ସେମାନଙ୍କୁ ପଚାରିଲେ ସେମାନେ କଲିକତା ବାସିନ୍ଦା ବୋଲି କହି ମିଥ୍ୟା ପରିଚୟ ଦେଉଛନ୍ତି। କିନ୍ତୁ ସେମାନଙ୍କ ମୁଖ୍ୟ ଉଦେ୍ଧଶ୍ୟ କଣ ତାହା ଏବେ ଚିନ୍ତାର ବିଷୟ ପାଲଟିଛି। ଏଣୁ ପ୍ରଶାସନ ସେମାନଙ୍କୁ ଚିହ୍ନଟ କରି ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Comments are closed.