ଦିନ ଦ୍ଵିପହରେ ଜଳୁଛି ହାଇମାକ୍ସ  ଲାଇଟ

ମୋହନା: ଗଜପତି ଜିଲାରେ ବର୍ତ୍ତମାନ ସୁଦ୍ଧା ଅନେକ ଗ୍ରାମକୁ ପହଞ୍ଚି ପାରିନି ବିଦ୍ୟୁତ ସେବା । ଯାହାଫଳରେ ଲୋକେ ଡିବି ଲଗାଇ ଅନ୍ଧାରକୁ କିଛି ମାତ୍ରାରେ ଆଲୋକିତ କରୁଛନ୍ତି । କିନ୍ତୁ ଯେଉଁ ସ୍ଥାନରେ ବିଦ୍ୟୁତ ସେବା ଉପଲବ୍ଧ ରହିଛି, ସେଠାରେ  ସଦୁପଯୋଗ ହୋଇପାରୁନି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଅଡ଼ବା ଗ୍ରାମରେ। ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ୫ ଶହ ମିଟର ଦୂରରେ ରହିଛି ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ । ତାହାରି ସମ୍ମୁଖରେ ଜଳୁଛି ଦିନ ଦ୍ଵିପହରେ ହାଇମାକ୍ସ ଲାଇଟ।  ହେଲେ ବିଦ୍ୟୁତ ବିଭାଗ ଯନ୍ତ୍ରୀଙ୍କର ଏଥିପ୍ରତି ଦୃଷ୍ଟି ନ ପଡିବା ପରିତାପର ବିଷୟ ବୋଲି ଅଡବା ବାସୀ ଅଭିଯୋଗ କରିଛନ୍ତି।

Comments are closed.