କିସ୍ ପକ୍ଷରୁ ଶିକ୍ଷାର୍ଥୀଙ୍କୁ ପାଠ୍ୟ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ବଣ୍ଟନ

ମୋହନା: କରୋନା କଟକଣା ଯୋଗୁଁ ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିଥିବାରୁ ଆଦିବାସୀ ଛାତ୍ର/ଛାତ୍ରୀମାନଙ୍କର ପାଠପଢ଼ାରେ ଯେଭଳି ବ୍ୟାହତ ନ ହୁଏ ସେଥିପ୍ରତି ଧ୍ୟାନ ଦେଇ କିସର ପ୍ରତିଷ୍ଠାତା ଡଃ. ଅଚ୍ୟୁତ ସାମନ୍ତ କିସରେ ଅଧ୍ୟୟନ କରୁଥିବା ମୋହନା ବ୍ଳକର ବହୁ ବିଦ୍ୟାର୍ଥୀ ଘରେ ରହି ପାଠ ପଢୁଥିବାରୁ ସେମାନଙ୍କ ପାଇଁ ପାଠ୍ୟ ସାମଗ୍ରୀ ବହି, ଖାତା, ପେନ୍ ଏବଂ ଶୁଖିଲା ଖାଦ୍ୟ ଚୁଡା, ଚିନି, ବିସ୍କୁଟ, ଡ଼ାଲି ଆଦି କର୍ମଚାରୀଙ୍କ ମାଧ୍ୟମରେ ଯୋଗାଇ ଦେଇଥିଲେ। ୮ଟି ପର୍ଯ୍ୟାୟରେ ପ୍ରଥମ ଶ୍ରେଣୀରୁ ଯୁକ୍ତତିନି ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀଙ୍କୁ ବିଭିନ୍ନ ସାମଗ୍ରୀ ଯୋଗାଇ ଆସୁଛନ୍ତି। ବ୍ଳକ ପରିସରରେ ବିଦ୍ୟାର୍ଥୀ ଓ ଅଭିଭାବକମାନେ ଉପସ୍ଥିତ ରହି ସାମଗ୍ରୀଗୁଡିକୁ ଗ୍ରହଣ କରିଥିଲେ। ଏହି କାର୍ୟ୍ୟକ୍ରମରେ ସ୍ୱେଚ୍ଛାସେବୀ ରାଜୀବ ମଳିକ, ଅନନ୍ତ ମଳିକ, ଦାଉଦ ମଳିକ, ହରି ମଳିକ, ଲିଙ୍ଗରାଜ ଶବର, କାଳୁ ମିଳିଜ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ସାମନ୍ତଙ୍କର ଏଭଳି ପ୍ରୟାସକୁ ଅଭିଭାବକମାନେ ଭୂୟସୀ ପ୍ରଶଂସା କରିଥିଲେ।

Comments are closed.