ତିନିଦିନିଆ ଓଡ଼ିଶା ଗସ୍ତରେ ମୋହନ ଭାଗବତ

ଭୁବନେଶ୍ୱର : ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ମୁଖ୍ୟ ମୋହନ ଭାଗବତ। ସେ ଭୁବନେଶ୍ୱରସ୍ଥିତ ତେରାପନ୍ତ ଭବନରେ ଅନୁଷ୍ଠିତ ହେବାକୁ ଥିବା ଆର୍ଏସ୍ଏସ୍ର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକରେ ଯୋଗଦେବେ। ପୂର୍ବକ୍ଷେତ୍ର ପାଇଁ ଉଦ୍ଦିଷ୍ଟ ଏହି ବୈଠକ ୨୫ ଏବଂ ୨୬ ତାରିଖରେ ଅନୁଷ୍ଠିତ ହେବ। ୨୫ ତାରିଖ ପୂର୍ବାହ୍ନ ୯ଟାରୁ ବୈଠକ ଆରମ୍ଭ ହୋଇ ୨୬ ତାରିଖ ରାତି ୭ଟାରେ ସରିବ। ଏଥିରେ ଆରଏସ୍ଏସ୍ ମୁଖ୍ୟ ସହ କାର୍ଯ୍ୟବାହ ସୁରେଶ ଯୋଶୀ ଯୋଗଦେବେ ବୋଲି ଜଣାପଡିଛି।