ଯୋଗାଭ୍ୟାସର ଭିଡିଓ ସେୟାର କଲେ ମୋଦୀ

ନୂଆଦିଲ୍ଲୀ : ନିଜ ସୁସ୍ଥତାର ମନ୍ତ୍ର ସାଧାରଣ ଲୋକଙ୍କୁ ଜଣାଇବା ପୂର୍ବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଯୋଗାଭ୍ୟାସର ୩ଡି ଆନିମେସନ ଭିଡିଓକୁ ସୋମବାର ଟୁଇଟ୍‍ରେ ସେୟାର କରିଛନ୍ତି। ରବିବାର ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ସୁସ୍ଥତା ସମ୍ପର୍କରେ କେହି ଜଣେ ପ୍ରଶ୍ନ କରିଥିଲେ। ପ୍ରଶ୍ନର ଉତ୍ତର ଦେବାକୁ ଲକଡାଉନ ସମୟରେ ସେ ନିଜକୁ କିପରି ଫିଟ୍‍ ରଖୁଛନ୍ତି ତାହା ଜଣାଇବା ଲାଗି ମୋଦୀ ଯୋଗାଭ୍ୟାସର ଭିଡିଓକୁ ଟୁଇଟ୍‍ କରିଛନ୍ତି। ଆଗାମୀ ଦିନରେ ଅନ୍ୟମାନେ ଯୋଗାଭ୍ୟାସ ପୂର୍ବକ ନିଜକୁ ଫିଟ୍‍ ରଖିବେ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଫିଟିନେସ ବିଶେଷଜ୍ଞ ନୁହନ୍ତି କି ଯୋଗ ଶିକ୍ଷକ ନୁହନ୍ତି। ସେ କେବଳ ଯୋଗଅଭ୍ୟାସ କରୁଛନ୍ତି। ଗତବର୍ଷ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନିଜ ଯୋଗାଭ୍ୟାସର ଭିଡିଓ ସେୟାର କରିଥିଲେ।

Comments are closed.