ବାଇଡେନ, ହାରିସଙ୍କ ସହ କଥା ହେବେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୨ ତାରିଖ ଠାରୁ ଚାରି ଦିନିଆ ଆମେରିକା ଗସ୍ତରେ ଯିବେ । ଏହି ଗସ୍ତ କାଳରେ ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଉପରାଷ୍ଟ୍ରପତି କମଳା ହାରିସ୍ ଓ ଆପଲ୍ କମ୍ପାନୀ ସିଇଓ ଟିମ୍ କୁକ୍‌ଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ। ଆମେରିକାରେ ମୋଦୀ କ୍ବାଦ (ଭାରତ, ଆମେରିକା, ଜାପାନ, ଅଷ୍ଟ୍ରେଲିଆ) ବୈଠକରେ ଜାପାନ ଓ ଅଷ୍ଟ୍ରେଲିଆ ପ୍ରତିପକ୍ଷ ୟୋସିହିଦେ ସୁଗା ଓ ସ୍କଟ୍ ମୋରିସନଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ। ସେପ୍ଟେମ୍ବର ୨୫ରେ ମୋଦୀ ନ୍ୟୁୟର୍କରେ ଆୟୋଜିତ ଜାତିସଂଘ ସାଧାରଣ ପରିଷଦ ବୈଠକରେ ଉଦ୍‌ବୋଧନ ଦେବେ।

Comments are closed.