କିର୍ଗିଜସ୍ତାନ ଗସ୍ତରେ ମୋଦୀ, ଏସସିଓ ସମ୍ମିଳନୀରେ ଯୋଗଦେବେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର କିର୍ଗିଜସ୍ତାନ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ କିର୍ଗିଜସ୍ତାନ ରାଜଧାନୀ ବିସ୍କେକଠାରେ ହେବାକୁ ଥିବା ସାଙ୍ଘାଇ ସହଯୋଗ ସଂଗଠନ(ଏସସିଓ) ସମ୍ମିଳନୀରେ ଯୋଗଦେବେ। ଗୁରୁବାର ଏବଂ ଶୁକ୍ରବାର ଦୁଇଦିନ ଧରି ଏହି ସମ୍ମିଳନୀ ଚାଲିବ। ଏଥିରେ ବିଭିନ୍ନ ଦେଶର ରାଷ୍ଟ୍ରନେତାମାନେ ଅଂଶଗ୍ରହଣ କରିବେ।

ମୋଦୀଙ୍କ ଏହି ଗସ୍ତ ସମୟରେ ସେ କିର୍ଗିଜସ୍ତାନ ରାଷ୍ଟ୍ରପତିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ। ଏହା ସହିତ ଇରାନ ରାଷ୍ଟ୍ରପତି ହସନ ରୁହାନିଙ୍କୁ ମଧ୍ୟ ଭେଟିବେ। ସେହିପରି ଚୀନ ଏବଂ ରୁଷ ରାଷ୍ଟ୍ରପତିଙ୍କ ସହିତ ମୋଦୀ ଦ୍ବିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସମ୍ମିଳନୀରେ ପହଞ୍ଚିବା ପୂର୍ବରୁ ମୋଦୀ କହିଛନ୍ତି, ଏହି ଶିଖର ସମ୍ମିଳନୀରେ ବିଶ୍ଵ ସୁରକ୍ଷାର ସ୍ଥିତି, ଆର୍ଥିକ ସହଯୋଗ, ଲୋକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ସମେତ ଅନ୍ତର୍ଜାତୀୟ ଏବଂ ଆଞ୍ଚଳିକ ସ୍ଥଳରେ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାର ଆଶା ରହିଛି।

Comments are closed.