ସୂର୍ଯ୍ୟପରାଗ ଦେଖିବାକୁ ଉତ୍ସାହିତ ଥିଲେ ପ୍ରଧାନମନ୍ତ୍ରୀ, ବାଧା ଦେଲା ବାଦଲ

ନୂଆଦିଲ୍ଲୀ: ଗୁରୁବାର ୨୦୧୯ର ଶେଷ ସୂର୍ଯ୍ୟପରାଗ ସଂଗଠିତ ହୋଇଥିଲା। ଏହି ମହାଜାଗତିକ ଦୃଶ୍ୟକୁ ଦେଖିବା ଲାଗି ଦେଶବ୍ୟାପୀ ପ୍ଲାନେଟାରିୟମରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିଲା। ଜନସାଧାରଣ ପ୍ଲାନେଟାରିୟମ ଆସି ଏହି ଦଶ୍ୟକୁ ଉପଭୋଗ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ସୂର୍ଯ୍ୟପରାଗ ଦେଖିବାକୁ ବେଶ୍‌ ଉତ୍ସାହିତ ଥିଲେ। କିନ୍ତୁ ମେଘୁଆ ପାଗ ଏବଂ ବାଦଲ ଏଥିରେ ବାଧା ଦେଇଥିଲା। ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି ନିଜର ଉତ୍ସାହ ଏବଂ ନିରାଶା ବିଷୟରେ ଜଣାଇଛନ୍ତି।

ମୋଦୀ ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି, ଅଧିକାଂଶ ଭାରତୀୟଙ୍କ ପରି ମୁଁ ବି ସୂର୍ଯ୍ୟପରାଗକୁ ନେଇ ବହୁତ ଉତ୍ସାହିତ ଥିଲି। କିନ୍ତୁ ଘନ ବାଦଲ ଯୋଗୁ ସୂର୍ଯ୍ୟଙ୍କୁ ଦେଖିପାରିଲି ନାହିଁ। ତେବେ କୋଝିକୋଡ୍‌ ଏବଂ ଅନ୍ୟ ଅଞ୍ଚଳରେ ପରାଗ ଦୃଶ୍ୟକୁ ଲାଇଭ୍‌ ଷ୍ଟ୍ରିମରେ ଦେଖିଲି। ଏହା ସହିତ ବିଶେଷଜ୍ଞମାନଙ୍କ ସହିତ ଆଲୋଚନା କରି ଏ ବିଷୟରେ କିଛି ଅଧିକ ଜ୍ଞାନ ଆହରଣ କଲି।

 

Comments are closed.