ଶେଖ୍‍ ହସିନା ଓ ବିନ୍‍ ଜାୟେଦ୍‍ଙ୍କ ସହ କଥା ହେଲେ ମୋଦୀ

ସମାଜ ପୋର୍ଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‍ ହସିନା ଓ ଆବୁଧାବି ରାଜା ଶେଖ୍‍ ମହମ୍ମଦ ବିନ୍‍ ଜାୟେଦ୍‍ ଅଲ୍‍ ନାହାନ୍‍ଙ୍କ ସହ କଥାବାର୍ତ୍ତା କରିଛନ୍ତି। ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ସହ ଟେଲିଫୋନ୍‍ ଯୋଗେ ବାର୍ତ୍ତାଳାପ କରି ପ୍ରଧାନମନ୍ତ୍ରୀ ସାମୁଦ୍ରିକ ବାତ୍ୟା ଅମ୍ପନ ଦ୍ୱାରା ଘଟିଥିବା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି ଓ ଏଥିପାଇଁ ସମବେଦନା ଜଣାଇଛନ୍ତି ।  ଉଭୟ ଦେଶ କରୋନା ମହାମାରୀର ସାଂପ୍ରତିକ ପରିସ୍ଥିତି ନେଇ ସଚେତନ ଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ବାଂଲାଦେଶକୁ ଭାରତର ପୂର୍ଣ୍ଣ ସମର୍ଥନ ରହିଥିବା ନେଇ ଆଶ୍ୱାସନା ଦେଇଛନ୍ତି।

ସେହିପରି ଆବୁଧାବୀ ରାଜାଙ୍କ ସହ କଥାବାର୍ତ୍ତା ବେଳେ ଉଭୟ ଦେଶ ପାରସ୍ପରିକ ସହଯୋଗ ନିମନ୍ତେ ପ୍ରଧାନମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । କରୋନା ସଂକ୍ରମଣ ଅବସରରେ ୟୁଏଇରେ ଭାରତୀୟ ନାଗରିକଙ୍କୁ ପ୍ରଦାନ କରାଯାଉଥିବା ସହାୟତା ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷବ୍ୟକ୍ତ କରିଛନ୍ତି ।

Comments are closed.