ମୋଦୀଙ୍କ ପାଇଁ ଖାସ୍‌ ଏଥର ରକ୍ଷାବନ୍ଧନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ଛୋଟ ଛୋଟ ଝିଅମାନଙ୍କ ସହ ରକ୍ଷା ବନ୍ଧନ ପାଳନ କରିଛନ୍ତି। ଏହା ଏକ ବିଶେଷ ରକ୍ଷା ବନ୍ଧନ, କାରଣ ମୋଦୀଙ୍କ ହାତରେ ରାକ୍ଷୀ ବାନ୍ଧିଥିବା ପିଲାମାନେ ହେଉଛନ୍ତି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ କାମ କରୁଥିବା ସଫେଇ କର୍ମଚାରୀ, ଚପରାସୀ, ମାଳି, ଡ୍ରାଇଭର ପ୍ରମୁଖଙ୍କ ଝିଅ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଅଧିକାରୀମାନେ ଏନେଇ ସୂଚନା ପ୍ରଦାନ କରିଛନ୍ତି। ଅଧିକାରୀମାନେ ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି।


ଭିଡିଓରେ ପିଏମଓର ସଫେଇ କର୍ମଚାରୀ, ସହାୟକ, ମାଳି ଓ ଗାଡ଼ି ଚାଳକଙ୍କ ଝିଅମାନେ ପ୍ରଧାନମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧୁଥିବା ଦେଖିବାକୁ ମିଳିଛି। ଏହା ପୂର୍ବରୁ ମୋଦୀ ଟ୍ବିଟ୍‌ କରି ଦେଶବାସୀଙ୍କୁ ରକ୍ଷା ବନ୍ଧନର ଶୁଭେଚ୍ଛା ଜଣାଇଥିଲେ। ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କ ଓ ପ୍ରେମର ପ୍ରତୀକ ଭାବେ ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ସାରା ଦେଶରେ ରକ୍ଷା ବନ୍ଧନ ପର୍ବ ପାଳନ କରାଯାଏ। ।

Comments are closed.