ୟୁଏଇର ଆଡନୋକ ଅଟ୍ଟାଳିକା ମୋଦୀଙ୍କ ଛବିରେ ଆଲୋକିତ

ଆବୁଧାବି . – ପ୍ରଧାନମନ୍ତ୍ରୀ ମୋଦୀ ଦ୍ୱିତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହି ଅବସରରେ ୟୁଏଇ ସରକାର ଆବୁଧାବୀରେ ଥିବା ଆଡନୋକ ଅଟ୍ଟାଳିକାକୁ ମୋଦୀଙ୍କ ଛବିରେ ଆଲୋକିତ କରିଛନ୍ତି । ଗୁରୁବାରରେ ମୋଦୀଙ୍କ ଶପଥ ଗ୍ରହଣ ଅବସରରେ ଏହି କୋଠାକୁ ମୋଦୀଙ୍କ ଛବିରେ ଆଲୋକିତ କରାଯାଇଥିଲା । ଆବୁଧାବିର ଅଭିଷିକ୍ତ ରାଜକୁମାର ଶେଖ ମହମ୍ମଦ ବିନ୍‌ ଜାୟେଦ ଅଲ୍‌ ନାହ୍ୟାନଙ୍କ ସହ କରମର୍ଦ୍ଦନ କରୁଥିବାର ଭିଡିଓ ସହ ଯୁଏଇ ଓ ଭାରତର ଜାତୀୟ ପତାକା ପ୍ରଦର୍ଶୀତ ହୋଇଥିଲା ।

ୟୁଏଇରେ ଥିବା ଭାରତର ରାଷ୍ଟ୍ରଦୂତ ନବଦୀପ ସୁରି ଏହାକୁ ପ୍ରକୃତ ବନ୍ଧୁତାର ନିଦର୍ଶନ ବୋଲି କହିଛନ୍ତି । ସେ ଏହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି ।

Comments are closed.