ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ପ୍ରିୟ ଖାଦ୍ୟ ବିଷୟରେ ….

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ଆଜିର ଏହି ଅବସରରେ ଜାଣନ୍ତୁ ମୋଦୀଙ୍କ କିଛି ପ୍ରିୟ ଖାଦ୍ୟ ବିଷୟରେ ….
ଖଟା ଢୋକଲା – ପୋଷକ ତତ୍ତ୍ୱରେ ଭରପୁର ଗୁଜୁରାଟର ପ୍ରସିଦ୍ଧ ଖାଦ୍ୟ ଖଟା ଢୋକଲା ପ୍ରଧାନମନ୍ତ୍ରୀଙ୍କୁ ଖୁବ ପସନ୍ଦ। ଏହା ଇଟିଲି ପରି ମାତ୍ର ବେସନ, ଦହି, ସୋରିଷ ଆଦି ବ୍ୟବହାର ହୋଇଥାଏ। ଏହା ଖାଇବାକୁ ଯେତେ ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ।
ଖେଚେଡ଼ି – ବିଭିନ୍ନ ପ୍ରକାର ପରିବା ଓ ଚାଉଳର ମିଶ୍ରଣରେ ପ୍ରସ୍ତୁତ ଖେଚେଡ଼ି ମୋଦୀଙ୍କୁ ଖୁବ ପସନ୍ଦ। ଏହା ଖୁବ ଭିଟାମିନ ଯୁକ୍ତ।
ବେସନ ଖାଣ୍ଡବୀ – ବେସନ ଖାଣ୍ଡବୀ ମଧ୍ୟ ମୋଦୀଙ୍କ ପ୍ରିୟ ଖାଦ୍ୟ ମାନଙ୍କ ମଧ୍ୟରୁ ଗୋଟିଏ। ଏହାକୁ ବେସନ ଓ ଦହି ଓ ଅନ୍ୟାନ୍ୟ ଜିନିଷରେ ପ୍ରସ୍ତୁତ କରାଯାଏ। ଏହି ଖାଦ୍ୟ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଏହାକୁ ଖାଇବାକୁ ଲୋକେ ବେଶ ପସନ୍ଦ କରିଥାଆନ୍ତି।
କେସର-ବାଦାମ ଶ୍ରୀଖଣ୍ଡ – କେସର-ବାଦାମ ଶ୍ରୀଖଣ୍ଡ ମୋଦୀଙ୍କୁ ଖୁବ ପସନ୍ଦ। ପିସ୍ତାବାଦାମ, ବାଦାମ, କେସର ଏହି ଖାଦ୍ୟର ସ୍ୱାଦକୁ ଆହୁରି ବଢାଇଦେଇଥାଏ।
ଭେଣ୍ଡି କଡ଼ି – ପ୍ରଧାନମନ୍ତ୍ରୀଙ୍କର ପ୍ରିୟ ଖାଦ୍ୟ ମାନଙ୍କ ମଧ୍ୟରୁ ଭେଣ୍ଡି କଡ଼ି ଗୋଟିଏ। ବେସନ ଓ ଅନ୍ୟାନ୍ୟ ଦ୍ରବ୍ୟ ମିଶାଇ ପ୍ରସ୍ତୁତ ହେଉଥିବା ଏହି ଖାଦ୍ୟ ସ୍ୱାଦରେ ଖଟାଳିଆ। ଏହା ଗୁଜୁରାଟର ପ୍ରସିଦ୍ଧ ଖାଦ୍ୟ ମାନଙ୍କ ମଧ୍ୟରୁ ଗୋଟିଏ।

Comments are closed.