ଭାଙ୍ଗିଲେ ନେହେରୁଙ୍କ ରେକର୍ଡ : ରାଜ୍ୟ ଓ ଦେଶର ମୁଖ୍ୟ ଭାବେ ୨୦ ବର୍ଷରେ ପଦାର୍ପଣ କଲେ ମୋଦୀ
କେନ୍ଦ୍ର କ୍ୟାବିନେଟ, ଶାହା ଓ ଜାଭଡେକର ଜଣାଇଲେ ଶୁଭେଚ୍ଛା
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଗତ ୧୯ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ରାଜ୍ୟ ଓ ଦେଶର ମୁଖ୍ୟ ଭାବେ ସୁଶାସନ ପ୍ରଦାନ କରିବା ସହ ୨୦ ବର୍ଷରେ ପଦାର୍ପଣ କରିଛନ୍ତି। ଏ କ୍ଷେତ୍ରରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ରେକର୍ଡ ଭଙ୍ଗ କରିଛନ୍ତି।
ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ମୋଦୀ ୪ ହଜାର ୬୦୭ଦିନ କାର୍ଯ୍ୟ କରିବା ପରେ ୨ ହଜାର ୩୩୪ଦିନ ପ୍ରଧାନମନ୍ତ୍ରୀ ଭାବେ କ୍ରମାଗତ କାର୍ଯ୍ୟ କରି ଆସୁଛନ୍ତି। ଏକ୍ଷେତ୍ରରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୬ହଜାର ୧୩୦ଦିନର କାର୍ଯ୍ୟ ଦିବସକୁ ଅତିକ୍ରମ କରିଛନ୍ତି। ଶ୍ରୀ ମୋଦୀ କ୍ରମାଗତ ଭାବେ ୬ ହଜାର ୯୪୧ ଦିନ ଧରି ନିର୍ବାଚିତ ସରକାରରେ ରାଜ୍ୟ ଓ ଦେଶର ମୁଖ୍ୟ ଭାବେ କ୍ଷମତାରେ ରହିଛନ୍ତି।
କ୍ରମାଗତ ଭାବେ ସୁଶାସନ ପ୍ରଦାନ କରିବା କାର୍ଯ୍ୟରେ ବ୍ରତୀ ରହିଥିବାରୁ କେନ୍ଦ୍ର କ୍ୟାବିନେଟ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଶ୍ରୀ ମୋଦୀଙ୍କୁ ପ୍ରଶଂସା କରିବା ସହ ଅଭିନ୍ଦନନ ଜଣାଇଛନ୍ତି।
ସେହିପରି କ୍ରମାଗତ ଭାବେ ୧୯ ବର୍ଷ ଧରି ନିର୍ବାଚିତ ସରକାରରେ ରାଜ୍ୟ ତଥା ରାଷ୍ଟ୍ର ମୁଖ୍ୟ ଭାବେ କାର୍ଯ୍ୟ କରି ୨୦ ବର୍ଷରେ ପଦାର୍ପଣ କରିଥିବାରୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
Comments are closed.